ଚନ୍ଦ୍ରରେ ଦୁର୍ଘଟଣାଗ୍ରସ୍ତ ହେବାକୁ ଯାଉଛି ରକେଟ୍‌

ନୂଆଦିଲ୍ଲୀ,୧୫।୨: ଏକ ପୁରୁଣା ଚାଇନିଜ ରକେଟ୍‌ ଆସନ୍ତା ୪ ତାରିଖରେ ଲୁନାର ପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହେବାକୁ ଯାଉଛି। ପ୍ରୋଜେକ୍ଟ ପ୍ଲୁଟୋ ଚଳାଉଥିବା ଜ୍ୟୋର୍ତିବିଜ୍ଞାନ ବିଲ ଗ୍ରେ ଏଭଳି ଆକଳନ କରିଛନ୍ତି।

ପୂର୍ବରୁ ସେ ଆକଳନ କରିଥିଲେ ଯେ, ଚନ୍ଦ୍ର ପୃଷ୍ଠରେ ଏଲୋନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ କମ୍ପାନୀର ରକେଟ ମାଡ଼ ହେବାକୁ ଯାଉଛି। ଏହାକୁ ୭ ବର୍ଷ ତଳେ ରକେଟକୁ ମହାକାଶକୁ ପ୍ରେରଣ କରାଯାଇଥିଲା। ଏହି ରକେଟ୍‌ ତା’ର ଲକ୍ଷ୍ୟ ପୂରଣ କରିବା ପରେ ମହାକାଶରେ ପରିତ୍ୟକ୍ତ ଅବସ୍ଥାରେ ବୁଲୁଛି। ଏହା ଲୁନାର ପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହେବାକୁ ଯାଉଛି।

ଏବେ ସେ ନିଜ ଆକଳନରେ ବଡ଼ ଧରଣର ପରିବର୍ତ୍ତନ କରି କହିଛନ୍ତି, ପୁରୁଣା ରକେଟ୍‌ ଓଲ୍ଡ ଫାଲକନର ୯ର ଅଂଶ ନୁହେଁ ବରଂ ଏହା ଏକ ଚାଇନିଜ ରକେଟ।

“୨୦୧୪ରେ ମହାକାଶକୁ ଛଡ଼ା ଯାଇଥିବା ଓ୬୫ବି ଦୁର୍ଘଟଣାଗ୍ରସ୍ତ ହେବାକୁ ଯାଉଛି। ଏହାର ଆମ ପାଖରେ ଯଥେଷ୍ଟ ପ୍ରମାଣ ଅଛି। ଆମ ଆକଳନ ଠାରୁ କିଛି ସେକେଣ୍ଡ ବ୍ୟବଧାନରେ ଦୁର୍ଘଟଣା ଘଟିପାରେ” ବୋଲି ଗ୍ରେ ଏକ ବ୍ଲଗରେ ଉଲ୍ଲେଖ କରିଛନ୍ତି।

Share