କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି।
ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧ ଜଳବିଦ୍ୟୁତ ପ୍ରକଳ୍ପର ଅଡିଟ୍ ଟନେ ନଂ ୪ ଭିତରେ ଲୁହାଇତାଓ ନାମକ ଚାଇନା ନାଗରିକ ୧୦ ଦିନ ହେଲା ଫସିରହିଥିଲେ। ନେପାଳୀ ସେନା ଓ ବିଦେଶୀ ଉଦ୍ଧାରକାରୀମାନେ ତାଙ୍କୁ ଟନେଲର ୨୨୫ ମିଟର ଭିତରୁ ବାହାର କରିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ତାଙ୍କୁ ମିଶାଇ ତ୍ରିଶୂଳୀ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ୩ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଗଲାଣି।