ଇଣ୍ଡିଆ ବନାମ ଭାରତ ପ୍ରସଙ୍ଗରେ କହିଲା ଚାଇନା, ନାମ ଗୁରୁତ୍ୱପୂର୍ଣ୍ଣ ନୁହେଁ…

ବେଜିଂ, ୭।୯: ଇଣ୍ଡିଆ ବନାମ ଭାରତକୁ ନେଇ କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଏନେଇ ଚର୍ଚ୍ଚା ଲାଗି ରହିଛି। ଜି-୨୦ ଶିଖର ସମ୍ମିଳନୀର ଡିନର କାର୍ଡରେ ଇଣ୍ଡିଆ ଲେଖାଯିବା ପରିବର୍ତ୍ତେ ଭାରତ ଲେଖାଯିବା ନେଇ ବିବାଦ ମୁଣ୍ଡ ଟେକିଥିଲା। ଏହା ପରେ ଏବେ ଇଣ୍ଡିଆ ନାମକୁ ହଟାଯିବ ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଏପ୍ରସଙ୍ଗରେ ନିଜର ମତ ରଖିଛି ଚାଇନା। ଚାଇନାର ଏକ ସରକାରୀ ଖବରକାଗଜ ‘ଗ୍ଲୋବାଲ ଟାଇମ୍ସ’ ଏପ୍ରସଙ୍ଗରେ ଆଲେଖ୍ୟ ପ୍ରକାଶ କରିଛି।

ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଆଲେଖ୍ୟ ଅନୁଯାୟୀ, ୨୦୨୧ ଡିସେମ୍ବରରେ ଭାରତର ପ୍ରଧାନମନ୍ତ୍ରୀ ମୋଦିଜୀ ଜି-୨୦ର ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ। ସେତେବେଳେ ସେ ଭାରତର ଅଧ୍ୟକ୍ଷତା ଉଚ୍ଚାଭିଳାଷୀ, ନିର୍ଣ୍ଣାୟକ ଏବଂ କାର୍ଯ୍ୟ-ଭିତ୍ତିକ ହେବ ବୋଲି କହିଥିଲେ।
ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାରତ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଭାରତ ଜି-୨୦ର ଅଧ୍ୟକ୍ଷତା କରି ବିଶ୍ୱକୁ କେଉଁ ବାର୍ତ୍ତା ପଠାଇବାକୁ ଚାହୁଁଛି ସେଥିରେ କିଛି ଫରକ ପଡ଼ିବ ନାହିଁ। କିନ୍ତୁ ଏହି ସମୟରେ ଭାରତ ଯାହା କହିବ ଲୋକମାନେ ଏହାକୁ ଅଧିକ ଧ୍ୟାନ ଦେଇ ଶୁଣିବେ। ଆଶା କରାଯାଉଛି ଯେ ଭାରତ ଏହାର ଭଲ ଉପଯୋଗ କରି ଏହାକୁ ନିଜ ପାଇଁ ବିକାଶର ଏକ ପ୍ରେରଣା ଶକ୍ତିରେ ପରିଣତ କରିବ।

ଆଗକୁ ଗ୍ଲୋବାଲ ଟାଇମ୍ସ କହିଛି ଯେ, ଭାରତୀୟମାନେ ନିଜ ଦେଶକୁ ନିଜ ଇଚ୍ଛା ଅନୁସାରେ ଡାକିବାର ସ୍ବାଧୀନତା ରହିଛି, କିନ୍ତୁ ନାମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ନୁହେଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତ ତା’ର ଅର୍ଥନୈତିକ ବ୍ୟବସ୍ଥାରେ ବଡ଼ ସଂସ୍କାର ଆଣିପାରିବ କି। ନିଜର ଅର୍ଥନୈତିକ ଅଭିବୃଦ୍ଧି ଦ୍ୱାରା ଦେଶ ଅନ୍ତର୍ଜାତୀୟ ସ୍ତରରେ ନିଜର ପ୍ରଭାବକୁ ସୁଦୃଢ କରିପାରିବ।

ତେବେ ଇଣ୍ଡିଆ ପ୍ରସଙ୍ଗରେ ଚାଇନାର ମତକୁ ନେଇ ପୂର୍ବତନ ଭାରତୀୟ କୂଟନୀତିଜ୍ଞ କାନୱାଲ ସିବଲ ଟ୍ବିଟ କରି କହିଛନ୍ତି, ‘ନାମ ବଦଳାଇବାକୁ ନେଇ ଚାଇନା ଆମକୁ ଶିକ୍ଷା ଦେଉଛି। ପ୍ୟାକିଂ ବେଜିଂ, ପୂର୍ବ ତୁର୍କସ୍ତାନ ଜିନଜିଆଙ୍ଗ, କ୍ୟାଣ୍ଟନମେଣ୍ଟ ଗୁଆଙ୍ଗଡୋଙ୍ଗ, ସିଆନ ସିଆନ, ତିବ୍ଦତ ଜିଜଙ୍ଗ ହୋଇଗଲା। ବିସ୍ତାରବାଦୀ ଉଦ୍ଦେଶ୍ୟ ପାଇଁ ଏହି ନାମ ମଧ୍ୟ ବଦଳୁଛି। ଅରୁଣାଚଳକୁ ଜଗନାନ କହି ନିଜର ବୋଲି ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

ସ୍କୁଲ-କଲେଜ ଛୁଟି ଘୋଷଣା

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ବଢ଼ି ଚାଲିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଗତ ୪ ଦିନ ହେବ ଜିଲାରେ ପ୍ରାୟ ୪୧ରୁ ୪୨ ଡିଗ୍ରୀ ଉପରେ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ଇରାନର ବଡ଼ ଘୋଷଣା: ହର୍ମୁଜକୁ ସମ୍ପୂର୍ଣ୍ଣ ଖୋଲିଦେଇ କହିଲା ଏଥର…

ତେହରାନ,୧୭ା୪: ଇସ୍ରାଏଲ-ଲେବାନନ ଅସ୍ତ୍ରବିରତି ପରେ ବଡ଼ ଘୋଷଣା କରିଛି ଇରାନ। ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଖୋଲି ଦେଇଥିବା କହିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି।…

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri