ଭୁଟାନରେ ଡ୍ରାଗନର ଅବୈଧ ପ୍ରବେଶ: ବର୍ଷକରେ ଗଢିଛି ଚାରି ଗାଁ

ଥିମ୍ପୁ,୧୮ ।୧୧: ଏସିଆ ମହାଦେଶରେ ନିଜର ପ୍ରଭୁତ୍ୱ ବିସ୍ତାର କରୁଥିବା ଚାଇନାର ପୁରୁଣା ନୀତି ଲଗାତାର ଜାରି ରହିଛି । ସଦ୍ୟ ମିଳିଥିବାସୂଚନା ଅନୁଯାୟୀ ଭାରତ ସହ ସୀମା ବିବାଦ ମଧ୍ୟରେ ଚାଇନା ଏବେ ପଡୋଶୀ ଦେଶ ଭୁଟାନର ସୀମାରେ ମଧ୍ୟ ପ୍ରବେଶ କରିଛି । ଏକ ଘରୋଇ ଟେଲିଭିଜନ ଚ୍ୟାନେଲର ଏକ ରିପୋର୍ଟ ଅନୁଯାୟୀ, ଚାଇନା ନିଜର ସୀମାକୁ ଲାଗି ରହିଥିବା ଭୁଟାନରେ ପାଖାପାଖି ୨୫ ହଜାର ଏକର ସ୍ଥାନକୁ ଅବୈଧ ଭାବେ କବଜା କରି ନେଇଛି । କେବଳ ସେତିକି ନୁହେଁ ଚାଇନା ସେଠାରେ ଅବୈଧ ଭାବେ ୪ଟି ଗାଁ ମଧ୍ୟ ଗଢି ସାରିଛି । ଏ ସମସ୍ତ ଗାଁ ପାଖାପାଖି ୧୦୦ ବର୍ଗ କିଲୋମିଟର ଅଞ୍ଚଳକୁ ବ୍ୟାପିଛି । ଭୁଟାନର ଏହି ବିବାଦୀୟ ଜମି ଡୋକଲାମ ପଠାର ନିକଟରେ ଅବସ୍ଥିତ । ଯେଉଁଠରେ ୨୦୧୭ରେ ଭାରତ-ଚାଇନାର ମୁହାଁ ମୁହିଁ ହୋଇଥିଲା ।

Share