ୟୁକ୍ରେନ ଯୁବତୀଙ୍କ ପ୍ରତି ବଢୁଛି ଚାଇନା ଯୁବକଙ୍କ ରୁଚି, କାରଣ ଜାଣିଲେ…

ବେଜିଂ,୧୭ା୩: ଚାଇନା ଯୁବକ ୟୁକ୍ରେନ ଯୁବତୀଙ୍କ ପାଇଁ ପାଗଳ। ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ୟୁକ୍ରେନ ଲୋକମାନେ ନିଜ ଦେଶ ଛାଡ଼ି ଅନ୍ୟ ସ୍ଥାନରେ ଶରଣ ନେଉଛନ୍ତି। ଏହା ମଧ୍ୟରେ ଏକ ଅନ୍‌ଲାଇନ୍‌ ଓ୍ବେବ୍‌ସାଇଟ୍‌ରେ ୟୁକ୍ରେନ ଯୁବତୀଙ୍କ ପ୍ରତି ଚାଇନା ଯୁବକଙ୍କ ରୁଚି ବଢ଼ିଥିବା ନଜର କରାଯାଇଛି।

ଡେଟିଂ ସର୍ଭିସ ମିଲିସ୍କାଙ୍କ କହିବାନୁସାରେ, ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ପ୍ରତିଦିନ ପ୍ରାୟ ୫ ଇନ୍‌କ୍ୱାରୀ ଆସୁଥିଲା। ଏହା ଏବେ ଦୁଇଗୁଣ ବଢ଼ିଯାଇଛି। ଡେଟିଂ ସର୍ଭିସର ରୁଷିଆ ମାଲିକ ପାଭେଲ ଷ୍ଟେପନେଟ୍‌ସ କୁହନ୍ତି, ଏବେ ୟୁକ୍ରେନ ଯୁବତୀଙ୍କୁ ନେଇ ବହୁତ କ୍ଲାଏଣ୍ଟ ଆସୁଛି। ଏହା ଜାଣି ୟୁକ୍ରେନ ଯୁବତୀ ଏବେ ଦୁଃଖିତ ଅଛନ୍ତି। କାରଣ ନିଜ ସୁରକ୍ଷା ପାଇଁ ସେମାନେ ଚାଇନାକୁ ଭାବୁଛନ୍ତି। ଏଥିପାଇଁ ଚାଇନାର ଯୁବକମାନେ ଭାବୁଛନ୍ତି ୟୁକ୍ରେନ ଯୁବତୀ ସେମାନଙ୍କ ବିକଳ୍ପ ଖୋଜୁଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ୭୪୮ ୟୁକ୍ରେନ ଯୁବତୀ ଚାଇନା ଯୁବକଙ୍କୁ ସ୍ବାମୀ ଭାବରେ ଗ୍ରହଣ କରିବାକୁ ସର୍ଚ୍ଚ କରିଛନ୍ତି। ୭୦ ଚାଇନା ଯୁବକ ନିଜ ପାଇଁ କନ୍ୟା ଖୋଜୁଛନ୍ତି। ଏଥିମଧ୍ୟରୁ ୮ରୁ୯ ଯୋଡ଼ି ଜୀବନସାଥୀ ହୋଇସାରିଲେଣି।

Share