Posted inଜାତୀୟ

ଭାରତରୁ ବହୁ କୋଟି ଲୁଟିଛନ୍ତି ଚାଇନିଜ୍‌

ନୂଆଦିଲ୍ଲୀ,୧୧ା୯: ଚାଇନାର ଆର୍ଥତ୍କ ଆକ୍ରମଣ ଭାରତୀୟ କର୍ତ୍ତୃପକ୍ଷଙ୍କୁ ବିବ୍ରତ କରିଛି। ଆର୍ଥତ୍କ ଗୋଇନ୍ଦା ସଂସ୍ଥା (ଏଫ୍‌ଆଇୟୁ) ଆଖିରେ ଧୂଳି ଦେଇ ଚାଇନା ନାଗରିକ ବେଆଇନ ଭାବେ ଅନେକ ଭାରତୀୟ କମ୍ପାନୀ ଖୋଲି ହଜାର ହଜାର କୋଟି ଟଙ୍କା ସେମାନଙ୍କ ଦେଶକୁ ନେଇଯାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତରୁ ଜାଣିବାକୁ ପାଇଛି। ସେମାନେ ପ୍ରଥମେ ଚାର୍ଟର୍ଡ ଆକାଉଣ୍ଟାଣ୍ଟମାନଙ୍କ ସହାୟତାରେ ଡମି ଭାରତୀୟ ନିର୍ଦ୍ଦେଶକ ବ୍ୟବହାର କରି କମ୍ପାନୀଗୁଡ଼ିକୁ ଇନ୍‌କର୍ପୋରେଟ କରୁଥିଲେ। ଏହାର କିଛିଦିନ ପରେ ସେମାନେ ଭାରତ ଆସି ଉକ୍ତ କମ୍ପାନୀର ନିର୍ଦ୍ଦେଶକ ହେଉଥିଲେ ବୋଲି ଇଡି ସୂତ୍ରରୁ ଜଣାପଡ଼ିଛି। ଭାରତରେ ଚାଲିଥିବା ଶତାଧିକ ଚାଇନା ନିୟନ୍ତ୍ରିତ ମୋବାଇଲ ଲୋନ୍‌ ଆପ୍‌ ଉପରେ ଚଢ଼ାଉ ସମୟରେ ଉପରୋକ୍ତ ଘଟଣା ପଦାକୁ ଆସିଛି। ଲୋନ୍‌ ଆପ୍‌ ବ୍ୟତୀତ ବେଟିଂ ଓ ଡେଟିଂ ଆପ୍‌ ମଧ୍ୟ ଚାଇନା ଦ୍ୱାରା ନିୟନ୍ତ୍ରିତ ହେଉଛି। କେବଳ ବେଟିଂ ଆପ୍‌ରୁ ସେମାନେ ୧,୩୦୦ କୋଟି ଟଙ୍କା ସଂଗ୍ରହ କରିଥିବା ଇଡି ତଦନ୍ତରୁ ଜଣାପଡ଼ିଛି।
ଚାଇନାକୁ ବେଆଇନ ଭାବେ ଅର୍ଥ ପଠାଯାଉଥିବା ଘଟଣାର ତଦନ୍ତ ବେଳେ ବେଟିଂ ଓ ଡେଟିଂ ଆପ୍‌ର ଏଚ୍‌ଏସ୍‌ବିସି ବ୍ୟାଙ୍କରେ ଥିବା ୪୭ କୋଟି ଟଙ୍କାକୁ ଦୁଇବର୍ଷ ପୂର୍ବେ ଇଡି ବାଜ୍ୟାପ୍ତ କରିଥିଲା। ଏହା ପରେ ଇଡି ପେଟିଏମ୍‌, କ୍ୟାଶଫ୍ରି ଏବଂ ରାଜୋରପେ୍‌ ଆଦି ପେମେଣ୍ଟ ଗେଟ୍‌ଓ୍ବେ ଉପରେ ନଜର ପକାଇଥିଲା। ଗତ ସପ୍ତାହରେ ଏହିସବୁ ସଂସ୍ଥା ଉପରେ ଚଢ଼ାଉ ବେଳେ ଚାଇନା ଲୋନ୍‌ ଆପ୍‌ଗୁଡ଼ିକର ମାଲିକଙ୍କଠାରୁ ୧୭ କୋଟି ଟଙ୍କା ଜବତ ହୋଇଥିଲା। ଲୋନ୍‌ ଆପ୍‌ ଜରିଆରେ ଋଣଗ୍ରହୀତାମାନଙ୍କଠାରୁ ଅତ୍ୟଧିକ ସୁଧ ଓ ପ୍ରୋସେସିଂ ଦେୟ ନେଇ ସେମାନଙ୍କୁ ଶୋଷଣ କରାଯିବା ସହ ହଇରାଣ କରାଯାଉଥିବା ଜଣାପଡ଼ିଥିଲା। ଅନ୍‌ଲାଇନ ବେଟିଂ ବ୍ୟତୀତ ଏହି କମ୍ପାନୀଗୁଡ଼ିକର ନେଟ୍‌ଓ୍ବର୍କ ହାଓ୍ବଲା କାରବାରରେ ମଧ୍ୟ ସମ୍ପୃକ୍ତ ଥିବା ଇଡି କହିଛି। ଉକ୍ତ ପେମେଣ୍ଟ ଗେଟ୍‌ଓ୍ବେଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ବ୍ୟାଙ୍କ ଓ ଅନ୍ୟ କର୍ତ୍ତୃପକ୍ଷମାନଙ୍କ ସହ ସମନ୍ବୟ ରଖି ଇଡି କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri