ଲୋକଙ୍କୁ ଜରୁରୀ ସାମଗ୍ରୀ ମହଜୁଦ୍‌ ରଖିବା ଲାଗି କହୁଛନ୍ତି ଚାଇନା ସରକାର, ସୋସିଆଲ ମିଡ଼ିଆରେ ଭାଇରାଲ…

ବେଜିଂ,୨।୧୧: ଚାଇନାର ଲୋକଙ୍କୁ ଜରୁରୀ ସାମଗ୍ରୀ ମହଜୁଦ୍‌ ରଖିବା ଲାଗି ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି। ଏହି ଖବର ଏବେ ସୋସିଆଲ ମିଡ଼ିଆରେ ପ୍ରଚାରିତ ହେବାରେ ଲାଗିଛି। ଚାଇନାରେ କରୋନା ମହାମାରୀ ସଂକ୍ରମଣ ବଢୁଥିବାରୁ ସରକାର ଏଭଳି କହିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

ଇତିମଧ୍ୟରେ ଚାଇନାର ବହୁ ପ୍ରଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସୁରକ୍ଷା ଦୃଷ୍ଟିରୁ କେତେକ ଅଞ୍ଚଳରେ ଲକ୍‌ଡାଉନ୍‌ ମଧ୍ୟ ଜାରି କରାଯାଇଛି। ଫଳରେ ବହୁ ଲୋକ ଘରେ ବନ୍ଦ ହୋଇ ରହିଛନ୍ତି।

ଗତ ବର୍ଷ ଭଳି ଅବସ୍ଥା ହୁଏତ ସୃଷ୍ଟି ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଚାଇନା ସରକାର ଏଭଳି କରିଥାଇ ପାରନ୍ତି ବୋଲି ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ଦେଶର କମ୍ୟୁନିଷ୍ଟ ସରକାର ଆଭ୍ୟନ୍ତରୀଣ ପ୍ରସଙ୍ଗର ଖବର ପ୍ରଚାର ଉପରେ କଟକଣା ଜାରି କରିଥିବାରୁ ଚାଇନାର ପ୍ରକୃତ କରୋନା ସ୍ଥିତି ସମ୍ପର୍କରେ ଅନ୍ତର୍ଜାତୀୟସ୍ତରକୁ ଆସି ପାରୁନାହିଁ।

Share