Categories: ଫୁରସତ

ଭାରତୀୟ ଶିକ୍ଷକଙ୍କ ପ୍ରେମରେ ପଡ଼ିଲେ ଚାଇନା ଛାତ୍ରୀ, ନିଜ ଆଡୁ କଲେ ପ୍ରପୋଜ୍‌…

ନୂଆଦିଲ୍ଲୀ: କଥାରେ ଅଛି ସୀମା ସରହଦ ମାନେନା ପ୍ରେମ। କେତେବେଳେ କିଏ କାହା ପ୍ରେମରେ ପଡ଼ିବ କୁହାଯାଇ ନ ପାରେ। ଏଇ ଯେମିତି ଚାଇନାର ହୋ ଜୋଙ୍ଗଙ୍କ କ୍ଷେତ୍ରରେ ଘଟିଛି। ହୋ ଜୋଙ୍ଗ ଭାରତର ଲୋକେଶ କୁମାରଙ୍କ ପ୍ରେମରେ ପଡ଼ିଥିଲେ। ନିଜ ତରଫରୁ ସେ ଲୋକେଶଙ୍କୁ ପ୍ରପୋଜ ମଧ୍ୟ କରିଥିଲେ। ଉଭୟଙ୍କ ସହମତି ପରେ ଏବେ ସେମାନେ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି।

ଲୋକେଶ ଛତିଶଗଡ଼ର ଧାମତରୀ ଜିଲାର ବାସିନ୍ଦା। ତାଙ୍କ ବାପା ଜଣେ କୃଷକ। ଚାରି ଭାଇଭଉଣୀରେ ତାଙ୍କର ପରିବାର। ହେଲେ ପିଲାଟିବେଳୁ ଲୋକେଶଙ୍କ ଯୋଗରେ ରୁଚି ରହିଥିଲା। ଏଥିପାଇଁ ସେ ଯୋଗଶିକ୍ଷା ପାଇଁ ହରିଦ୍ୱାର ଚାଲିଯାଇଥିଲେ। ହେଲେ ଆର୍ଥିକ ଅବସ୍ଥା ଯୋଗୁ ପ୍ରଥମେସେ ବିଶ୍ୱବିଦ୍ୟାଳୟରେ ଆଡମିଶନ କରିପାରି ନ ଥିଲେ। ପରେ ସାଙ୍ଗମାନଙ୍କ ସହଯୋଗ କାରଣରୁ ସେ ଆଡମିଶନ କରି ଯୋଗରେ ପୋଷ୍ଟ ଗ୍ରାଜୁଏଶନ କରିଥିଲେ। ପାଠପଢ଼ା ଶେଷ ହେବା ପରେ ଚାକିରି ପାଇଁ ଦିଲ୍ଲୀ ଯାଇଥିଲେ। ସେଠାରେ ସେ କିଛି ବର୍ଷ ରହିବା ପରେ ଚାଇନାରେ ଥିବା ଏକ ଭାରତୀୟ ଇନଷ୍ଟିଚ୍ୟୁଟରେ ଥିବା ଖାଲି ପଦବୀ ଲାଗି ସେ ଆବେଦନ କରିଥିଲେ। ସେଠାରେ ତାଙ୍କ ନିଯୁକ୍ତି ହୋଇଥିଲା।

ଚାଇନାର ବେଜିଂରେ ଥିବା ଉକ୍ତ ଭାରତୀୟ ଇନଷ୍ଟିଚ୍ୟୁଟରେ ତାଙ୍କ ଭେଟ ହୋ ଜୋଙ୍ଗ ନାମକ ଯୁବତୀଙ୍କ ସହ ହୋଇଥିଲା। ସେ ସେଠାରେ ଯୋଗ ଶିକ୍ଷା ଲାଗି ଆସୁଥିଲେ। କିଛିଦିନ ଦେଖାସାକ୍ଷାତ ପରେ ହୋ ଜୋଙ୍ଗ ଲୋକେଶଙ୍କ ପ୍ରେମରେ ପଡ଼ିଥିଲେ। ପରେ ଲୋକେଶଙ୍କୁ ପ୍ରପୋଜ କରିଥିଲେ। ଏଥିରେ ସହମତି ପ୍ରକାଶ କରିଥିଲେ ସେ।

ଏବେ ୬ ବର୍ଷ ଧରି ଲୋକେଶ ଚାଇନାରେ ରହୁଛନ୍ତି। ୨୦୧୯ରେ ସେ ହୋ ଜୋଙ୍ଗଙ୍କୁ ବିବାହ କରିଛନ୍ତି। ବିବାହରେ ଯୋଗ ଦେବା ଲାଗି ଲୋକେଶଙ୍କ ବାପା ଚାଇନା ଯାଇଥିଲେ। ସେହିଭଳି ଦମ୍ପତି ବିବାହ ପରେ ଭାରତ ଆସି ବହୁତ ସ୍ଥାନକୁ ପରିଭ୍ରମଣ କରିଛନ୍ତି। ଏବେ ଦୁହିଁଙ୍କ ଏକ କନ୍ୟା ସନ୍ତାନ ରହିଛି। ତାଙ୍କ ନାମ ‘ରୁସିଆ’ ରଖିଛନ୍ତି ଲୋକେଶ। ଏବେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବ୍ଲଗ କରି ଆସୁଛନ୍ତି। ୟୁଟ୍ୟୁବ୍‌ରେ ତାଙ୍କର ଲୋକେଶ ଚାଇନା ବ୍ଲଗ୍ସ ନାମରେ ଚ୍ୟାନେଲ ରହିଛି। ଚ୍ୟାନେଲରେ ୨୦ ହଜାରରୁ ଅଧିକ ସବ୍‌ସ୍କ୍ରାଇବର ଅଛନ୍ତି।

Share