ଦକ୍ଷିଣ ଚାଇନା ସାଗରରେ ଉତ୍ତେଜନା ବୃଦ୍ଧି କରୁଛି ଡ୍ରାଗନ, ଆମେରିକା ବିମାନର ନିକଟତର ହେଲା ଚାଇନା ଯୁଦ୍ଧ ବିମାନ

ୱାଶିଂଟନ,୩୦ ।୧୨: ଦକ୍ଷିଣ ଚାଇନା ମହାସାଗରରେ ନିଜ ବଳ କଷିବା ଛାଡୁନାହିଁ ଚାଇନା । ଏବେ ଚାଇନାକୁ ନେଇ ବଡ ଦାବି କରିଥିବା ଆମେରିକା କହିଛି, ଦକ୍ଷିଣ ଚାଇନା ସାଗରରେ ଆମେରିକା ବାୟୁସେନା ନିକଟତର ହୋଇଛି ଚାଇନର ଏକ ଯୁଦ୍ଧ ବିମାନ । ଆମେରିକା କହିଛି ଚାଇନାର ବିମାନ ଆମେରିକା ବିମାନଠାରୁ ମାତ୍ର ୨୦ ଫୁଟ ଦୂରରେ ଉଡୁଥିଲା । ହେଲେ ପରେ ଚାଇନା ବିମାନଟି ପଛକୁ ହଟି ଯାଇଥିଲା ।

ଆମେରିକା ସେନା ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ଚାଇନ ନୌସେନାର ଜି-୧୧ ଓ ଆମେରିକା ବାୟୁସେନାର ଆରସି-୧୩୫ ଅତି ନିକଟତର ହୋଇଥିଲେ । ବୟାନରେ କୁହାଯାଇଛି କି ଦୁଇ ବିମାନ ମଧ୍ୟରେ ଦୂରତା ମାତ୍ର ୬ ଫୁଟ ରହିଥିଲା ।
ଆମେରିକା କହିଛି ଇଣ୍ଡୋ ପାସିଫିକ ଜଏଣ୍ଟ ଫୋର୍ସ ଏକ ମୁକ୍ତ ଓ ଖୋଲା ଇଣ୍ଡୋ-ପାସିଫିକ କ୍ଷେତ୍ର ପାଇଁ ସମର୍ପିତ ଓ ଅନ୍ତରାଷ୍ଟ୍ରୀୟ ଆଇନ ଅନୁଯାୟୀ ସମସ୍ତ ଜାହାଜ ଓ ବିମାନର ସୁରକ୍ଷା ପାଇଁ ଉଚିତ ସମ୍ବାନ ସହ, ସମୁଦ୍ର ଓ ଅନ୍ତରାଷ୍ଟ୍ରୀୟ ଆକାଶ ମାର୍ଗରେ ଉଡିବା, ନୌବିହାର କରିବା ଓ ସଞ୍ଚାଳନ କରିବା ଜାରି ରଖିବ ।

Share