ହାତରେ ଏକେ-୪୭ ଧରି କାମ କରୁଛନ୍ତି ଚାଇନା ଇଞ୍ଜିନିୟର…

କରାଚି,୨୨।୭: ଆତଙ୍କବାଦୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଥିବା ପାକିସ୍ତାନରେ ଏବେ ସଙ୍କଟ ସୃଷ୍ଟି ହୋଇଛି। ଏଠାରେ ଆତଙ୍କବାଦୀ ଆକ୍ରମଣ ଜାରି ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନର ଚାଇନା-ପାକିସ୍ତାନକୋନୋମିକ୍‌ କୋରିଡୋର (ସିପିଇସି) ପ୍ରୋଜେକ୍ଟରେ କାମ କରୁଥିବା ଚାଇନା ଇଞ୍ଜିନିୟର ଏବଂ ଅନ୍ୟ କର୍ମଚାରୀମାନେ ଏବେ ହାତରେ ଏକେ-୪୭ ଧରି କାମ କରୁଥିବାର ଦେଖିବାକୁ ମିଳୁଛି। ନିକଟରେ ଚାଇନାର କେତେକ କର୍ମଚାରୀଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ତେଣୁ ସୁରକ୍ଷା ଲାଗି ଚାଇନା ପକ୍ଷରୁ ନିଜ କର୍ମଚାରୀଙ୍କୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ସୋସିଆଲ୍‌ ମିଡ଼ିଆରେ ହାତରେ ଏକେ-୪୭ ଧରି କାମ କରୁଥିବା ଚାଇନା କର୍ମଚାରୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି।

Share