Posted inଜାତୀୟ

ଚାଇନାର ଷଡ଼ଯନ୍ତ୍ର: ଏଲଏସିରୁ ଏବେ ହଟିବେନି ଭାରତୀୟ ସେନା…

ଲେହ, ୧୮।୯ : ପୂର୍ବ ଲଦାଖରେ ଥିବା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି)ରେ ଗତିରୋଧ ବନ୍ଦ କରିବାକୁ ଭାରତ ଏବଂ ଚାଇନା ରାଜି ହୋଇଛନ୍ତି। ତେବେ ଚାଇନାର ଷଡ଼ଯନ୍ତ୍ର ତଥା ଯେ କୌଣସି ଚତୁରତାକୁ ନେଇ ଭାରତ ଅତ୍ୟନ୍ତ ସତର୍କ ରହିଛି। ଏହି କାରଣରୁ ଭାରତୀୟ ସେନା ନିଷ୍ପତ୍ତି ନେଇଛି ଯେ ଗତିରୋଧ ଅଞ୍ଚଳଗୁଡିକରୁ ସମ୍ପୂର୍ଣ୍ଣ ଭାବେ ଯବାନଙ୍କୁ ହଟାଇବା କାର୍ଯ୍ୟ ଏବେ କରାଯିବ ନାହିଁ। ଦ ଟ୍ରିବ୍ୟୁନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସୈନ୍ୟ ପ୍ରତ୍ୟାହାର ମାତ୍ର କିଛି କିଲୋମିଟର ଦୂରରେ ଥିବେ ଗୋଗ୍ରା ହଟ ସ୍ପ୍ରିଙ୍ଗ୍ସର ପାଟ୍ରୋଲ ପଏଣ୍ଟ ୧୫ରେ ଘଟିଛି। ଏପ୍ରିଲ ୨୦୨୦ ପୂର୍ବରୁ ପରିସ୍ଥିତି ନ ଫେରିବା ପର୍ଯ୍ୟନ୍ତ ଏଲଏସିରେ ଭାରତୀୟ ଯବାନଙ୍କ ଉପସ୍ଥିତି ଜାରି ରହିବ।

ସୂତ୍ରରୁ ପ୍ରକାଶ ଯେ ଏଲଏସିରେ ସୈନ୍ୟ ପ୍ରତ୍ୟାହାର କିମ୍ବା ନିୟୋଜନ ଚାଇନା ଉପରେ ନିର୍ଭର କରେ। ଚାଇନାର ପଦକ୍ଷେପ ଅନୁସାରେ ଭାରତୀୟ ସେନା ଯବାନ ହଟାଇବା କାର୍ଯ୍ୟ କରିବ। ଏପ୍ରିଲ ୨୦୨୦ର ପୂର୍ବରୁ ପୂର୍ବ ଲଦାଖର ଏଲଏସିରେ ପ୍ରାୟ ୮ ହଜାରରୁ ୧୦ ହଜାର ସୈନ୍ୟ ମୁତୟନ ହୋଇଥିଲେ। ଗ୍ରୀଷ୍ମ ମାସରେ ସଂଘର୍ଷ ପରେ ଉଭୟ ପକ୍ଷରୁ ସୈନ୍ୟ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିଲା।

ଗତିରୋଧ ସ୍ଥାନରୁ ଭାରତୀୟ ଯବାନଙ୍କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାରରେ ବିଳମ୍ବ ହେବାର ଅନ୍ୟତମ କାରଣ ହେଉଛି ପାର୍ବତ୍ୟ ଅଞ୍ଚଳ। ଯେଉଁଠାରେ ଚାଇନା ମାତ୍ର ଦୁଇ ଦିନ ମଧ୍ୟରେ ନିଜର ସୈନ୍ୟ ହଟାଇ ପାରିବ। ଏଥି ସହିତ, ଭାରତ ଅତି କମରେ ଏଥି ପାଇଁ ଦୁଇ ଏବଂ ସର୍ବାଧିକ ସାତ ସପ୍ତାହ ନେଇପାରେ। ତିବ୍ଦତୀୟ ମାଳଭୂମି ଯୋଗୁ ଚାଇନା ନିଜର ସୈନ୍ୟ ଆଣିବା ଏବଂ ହଟାଇବାରେ ବିଳମ୍ବ ହେବ ନାହିଁ। ଏଥି ସହିତ, ଭାରତୀୟ ଯବାନମାନଙ୍କୁ ଲେହରୁ ଏଲଏସି ଆଡକୁ ଯିବାକୁ ଖାର୍ଡଙ୍ଗ ଲା, ଚାଙ୍ଗ ଲା କିମ୍ବା ଟସ୍କ ଲା ପରି ଉଚ୍ଚ ଗିରିପଥ ଅତିକ୍ରମ କରିବାକୁ ପଡିବ। ଏଭଳି ପରିସ୍ଥିତିରେ ଭାରତ ନିଜର ଯବାନମାନଙ୍କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ମନୋବୃତ୍ତିରେ ନାହିଁ। ଚାଇନାର ପ୍ରତ୍ୟେକ ସମ୍ଭାବ୍ୟ କୌଶଳ ବିଷୟରେ ଭାରତୀୟ ସେନା ସତର୍କ ରହିଛନ୍ତି।

ଏଲଏସି ସହିତ ବିବାଦ ପରେ ଚାଇନା ନୂତନ ରାସ୍ତା, ବ୍ରିଜ ଏବଂ ଭୂତଳ କ୍ଷେପଣାସ୍ତ୍ର ଆଶ୍ରୟସ୍ଥଳ ନିର୍ମାଣ କରିଛି। ଏହାର ବିମାନବନ୍ଦରକୁ ବିସ୍ତାର କରିଛି। ଏଥିରେ ଅଧିକ ଯୁଦ୍ଧ ବିମାନ, ଅସ୍ତ୍ର ଚିହ୍ନଟ ରାଡାର ଏବଂ ଏସ୍‌-୩୦୦ ପରି ଓଜନିଆ ବାୟୁ ପ୍ରତିରକ୍ଷା ପ୍ରଣାଳୀ ନିୟୋଜିତ କରାଯାଇଛି। ଭାରତୀୟ ସେନା ଏହାର ରାଡାର ମାଧ୍ୟମରେ ଚାଇନା ନିୟୋଜନକୁ ସହଜରେ ଦେଖିପାରୁଛି।

ପୂର୍ବ ଲଦାଖରେ ୮୩୨ କିଲୋମିଟର ଅନିର୍ଦ୍ଧାରିତ ଏଲଏସିର ର ଉଭୟ ପାର୍ଶ୍ୱରେ ହଜାର ହଜାର ସଶସ୍ତ୍ର ଭାରତୀୟ ଏବଂ ଚାଇନ ସୈନ୍ୟ ମୁତୟନ ହୋଇଛନ୍ତି। ଉଭୟ ଦେଶର ସୈନିକଙ୍କ ପାଖରେ ଟ୍ୟାଙ୍କ, ଆର୍ଟିଲିରି ବନ୍ଧୁକ, ହେଲିକପ୍ଟର, ଯୁଦ୍ଧ ବିମାନ ଏବଂ କ୍ଷେପଣାସ୍ତ୍ର ଅଛି।

ସୂତ୍ରରୁ ପ୍ରକାଶ ଯେ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଦ୍ୱାରା ଭାରତୀୟ ପାଟ୍ରୋଲିଂ ମାର୍ଗକୁ ମନଇଚ୍ଛା ଅବରୋଧ କରାଯିବାକୁ ଭାରତ ଆପତ୍ତି କରୁଛି। ଏପ୍ରିଲ ୨୦୨୦ ପୂର୍ବରୁ, ଭାରତୀୟ ପାଟ୍ରୋଲିଂ ଏକ ମାର୍ଗରେ ଯାଉଥିଲା ଯାହା ପୂର୍ବରୁ ସୀମା ଚୁକ୍ତିନାମାରେ ଏକ ଅଞ୍ଚଳ ବିବାଦ ପରେ ଚାଇନା ଅବରୋଧ କରିଥିଲା। ପିଏଲଏ ଯାନଗୁଡିକ ଏହି ଅଞ୍ଚଳରେ ପ୍ରବେଶ କରି ପାଟ୍ରୋଲିଂ ମାର୍ଗକୁ ଅବରୋଧ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri