Posted inଜାତୀୟ

ଚାଇନାର ଷଡ଼ଯନ୍ତ୍ର: ଏଲଏସିରୁ ଏବେ ହଟିବେନି ଭାରତୀୟ ସେନା…

ଲେହ, ୧୮।୯ : ପୂର୍ବ ଲଦାଖରେ ଥିବା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି)ରେ ଗତିରୋଧ ବନ୍ଦ କରିବାକୁ ଭାରତ ଏବଂ ଚାଇନା ରାଜି ହୋଇଛନ୍ତି। ତେବେ ଚାଇନାର ଷଡ଼ଯନ୍ତ୍ର ତଥା ଯେ କୌଣସି ଚତୁରତାକୁ ନେଇ ଭାରତ ଅତ୍ୟନ୍ତ ସତର୍କ ରହିଛି। ଏହି କାରଣରୁ ଭାରତୀୟ ସେନା ନିଷ୍ପତ୍ତି ନେଇଛି ଯେ ଗତିରୋଧ ଅଞ୍ଚଳଗୁଡିକରୁ ସମ୍ପୂର୍ଣ୍ଣ ଭାବେ ଯବାନଙ୍କୁ ହଟାଇବା କାର୍ଯ୍ୟ ଏବେ କରାଯିବ ନାହିଁ। ଦ ଟ୍ରିବ୍ୟୁନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସୈନ୍ୟ ପ୍ରତ୍ୟାହାର ମାତ୍ର କିଛି କିଲୋମିଟର ଦୂରରେ ଥିବେ ଗୋଗ୍ରା ହଟ ସ୍ପ୍ରିଙ୍ଗ୍ସର ପାଟ୍ରୋଲ ପଏଣ୍ଟ ୧୫ରେ ଘଟିଛି। ଏପ୍ରିଲ ୨୦୨୦ ପୂର୍ବରୁ ପରିସ୍ଥିତି ନ ଫେରିବା ପର୍ଯ୍ୟନ୍ତ ଏଲଏସିରେ ଭାରତୀୟ ଯବାନଙ୍କ ଉପସ୍ଥିତି ଜାରି ରହିବ।

ସୂତ୍ରରୁ ପ୍ରକାଶ ଯେ ଏଲଏସିରେ ସୈନ୍ୟ ପ୍ରତ୍ୟାହାର କିମ୍ବା ନିୟୋଜନ ଚାଇନା ଉପରେ ନିର୍ଭର କରେ। ଚାଇନାର ପଦକ୍ଷେପ ଅନୁସାରେ ଭାରତୀୟ ସେନା ଯବାନ ହଟାଇବା କାର୍ଯ୍ୟ କରିବ। ଏପ୍ରିଲ ୨୦୨୦ର ପୂର୍ବରୁ ପୂର୍ବ ଲଦାଖର ଏଲଏସିରେ ପ୍ରାୟ ୮ ହଜାରରୁ ୧୦ ହଜାର ସୈନ୍ୟ ମୁତୟନ ହୋଇଥିଲେ। ଗ୍ରୀଷ୍ମ ମାସରେ ସଂଘର୍ଷ ପରେ ଉଭୟ ପକ୍ଷରୁ ସୈନ୍ୟ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିଲା।

ଗତିରୋଧ ସ୍ଥାନରୁ ଭାରତୀୟ ଯବାନଙ୍କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାରରେ ବିଳମ୍ବ ହେବାର ଅନ୍ୟତମ କାରଣ ହେଉଛି ପାର୍ବତ୍ୟ ଅଞ୍ଚଳ। ଯେଉଁଠାରେ ଚାଇନା ମାତ୍ର ଦୁଇ ଦିନ ମଧ୍ୟରେ ନିଜର ସୈନ୍ୟ ହଟାଇ ପାରିବ। ଏଥି ସହିତ, ଭାରତ ଅତି କମରେ ଏଥି ପାଇଁ ଦୁଇ ଏବଂ ସର୍ବାଧିକ ସାତ ସପ୍ତାହ ନେଇପାରେ। ତିବ୍ଦତୀୟ ମାଳଭୂମି ଯୋଗୁ ଚାଇନା ନିଜର ସୈନ୍ୟ ଆଣିବା ଏବଂ ହଟାଇବାରେ ବିଳମ୍ବ ହେବ ନାହିଁ। ଏଥି ସହିତ, ଭାରତୀୟ ଯବାନମାନଙ୍କୁ ଲେହରୁ ଏଲଏସି ଆଡକୁ ଯିବାକୁ ଖାର୍ଡଙ୍ଗ ଲା, ଚାଙ୍ଗ ଲା କିମ୍ବା ଟସ୍କ ଲା ପରି ଉଚ୍ଚ ଗିରିପଥ ଅତିକ୍ରମ କରିବାକୁ ପଡିବ। ଏଭଳି ପରିସ୍ଥିତିରେ ଭାରତ ନିଜର ଯବାନମାନଙ୍କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ମନୋବୃତ୍ତିରେ ନାହିଁ। ଚାଇନାର ପ୍ରତ୍ୟେକ ସମ୍ଭାବ୍ୟ କୌଶଳ ବିଷୟରେ ଭାରତୀୟ ସେନା ସତର୍କ ରହିଛନ୍ତି।

ଏଲଏସି ସହିତ ବିବାଦ ପରେ ଚାଇନା ନୂତନ ରାସ୍ତା, ବ୍ରିଜ ଏବଂ ଭୂତଳ କ୍ଷେପଣାସ୍ତ୍ର ଆଶ୍ରୟସ୍ଥଳ ନିର୍ମାଣ କରିଛି। ଏହାର ବିମାନବନ୍ଦରକୁ ବିସ୍ତାର କରିଛି। ଏଥିରେ ଅଧିକ ଯୁଦ୍ଧ ବିମାନ, ଅସ୍ତ୍ର ଚିହ୍ନଟ ରାଡାର ଏବଂ ଏସ୍‌-୩୦୦ ପରି ଓଜନିଆ ବାୟୁ ପ୍ରତିରକ୍ଷା ପ୍ରଣାଳୀ ନିୟୋଜିତ କରାଯାଇଛି। ଭାରତୀୟ ସେନା ଏହାର ରାଡାର ମାଧ୍ୟମରେ ଚାଇନା ନିୟୋଜନକୁ ସହଜରେ ଦେଖିପାରୁଛି।

ପୂର୍ବ ଲଦାଖରେ ୮୩୨ କିଲୋମିଟର ଅନିର୍ଦ୍ଧାରିତ ଏଲଏସିର ର ଉଭୟ ପାର୍ଶ୍ୱରେ ହଜାର ହଜାର ସଶସ୍ତ୍ର ଭାରତୀୟ ଏବଂ ଚାଇନ ସୈନ୍ୟ ମୁତୟନ ହୋଇଛନ୍ତି। ଉଭୟ ଦେଶର ସୈନିକଙ୍କ ପାଖରେ ଟ୍ୟାଙ୍କ, ଆର୍ଟିଲିରି ବନ୍ଧୁକ, ହେଲିକପ୍ଟର, ଯୁଦ୍ଧ ବିମାନ ଏବଂ କ୍ଷେପଣାସ୍ତ୍ର ଅଛି।

ସୂତ୍ରରୁ ପ୍ରକାଶ ଯେ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଦ୍ୱାରା ଭାରତୀୟ ପାଟ୍ରୋଲିଂ ମାର୍ଗକୁ ମନଇଚ୍ଛା ଅବରୋଧ କରାଯିବାକୁ ଭାରତ ଆପତ୍ତି କରୁଛି। ଏପ୍ରିଲ ୨୦୨୦ ପୂର୍ବରୁ, ଭାରତୀୟ ପାଟ୍ରୋଲିଂ ଏକ ମାର୍ଗରେ ଯାଉଥିଲା ଯାହା ପୂର୍ବରୁ ସୀମା ଚୁକ୍ତିନାମାରେ ଏକ ଅଞ୍ଚଳ ବିବାଦ ପରେ ଚାଇନା ଅବରୋଧ କରିଥିଲା। ପିଏଲଏ ଯାନଗୁଡିକ ଏହି ଅଞ୍ଚଳରେ ପ୍ରବେଶ କରି ପାଟ୍ରୋଲିଂ ମାର୍ଗକୁ ଅବରୋଧ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri