ପୁରୁଷ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ମେକଅପ କରିବା ବାଧ୍ୟତାମୂଳକ, କମ୍ପାନୀର ମହିଳା କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲେ ସିଇଓ

ବେଜିଂ,୨୯।୧୨: ଯୁବତୀ ହୁଅନ୍ତୁ କି ମହିଳା ମେକଅପ କରିବାକୁ ବହୁତ ପସନ୍ଦ କରନ୍ତି। ନିଜକୁ ସୁନ୍ଦର ଓ ଆକ୍ଟ୍ରାଟିଭ କରିବା ସହ ଆତ୍ମ ବିଶ୍ୱାସ ବଢାଇବା ପାଇଁ ମହିଳାମାନେ ମେକଅପ କରିଥାନ୍ତି। କିନ୍ତୁ କୌଣସି କମ୍ପାନୀର ସିଇଓ ଯଦି ମେକଅପ କରିବାକୁ ମହିଳା କର୍ମଚାରୀଙ୍କୁ କଡାକଡି ନିର୍ଦ୍ଦେଶ ଦିଅନ୍ତି। ତେବେ ଆପଣ କଣ କହିବେ। ଯଦି ଆମେ ଆପଣଙ୍କୁ କହିବୁ ଏହି ନିର୍ଦ୍ଦେଶ ଏଥିପାଇଁ ଦିଆଯାଇଛି କି, ପୁରୁଷ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ମେକଅପ କରିବା ବାଧ୍ୟତାମୂଳକ! ଶୁଣି ତାଜୁବ ହୋଇଯାଉଥିବେ। ହେଲେ ଏହା ସତ। ଚାଇନାର ଏକ କମ୍ପାନୀର ସିଇଓ ତାଙ୍କ ମହିଳା କର୍ମଚାରୀଙ୍କୁ ଏହିପରି ହିଁ ନିର୍ଦ୍ଦେଶ ଦେଇଛନ୍ତି।

ଚାଇନାର ଦକ୍ଷିଣ-ପୂର୍ବ ସହରର ଶୈନଜୈନର ଏକ କମ୍ପାନୀରେ ଏପରି ଘଟଣା ଦେଖିବାକୁ ମିଳିଛି। ସିଇଓ ଲୁଓ ଓ୍ବେବ ଚାଟ୍‌ରେ ମିଟିଂ କରିବା ସମୟରେ ମହିଳା କର୍ମଚାରୀଙ୍କୁ ଏପରି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗ୍ରୁପ୍‌ ଚାଟରେ କହିବା ସହ ଗ୍ରୁପରେ ମେସେଜମଧ୍ୟ କରିଥିଲେ। ସେ କହିଥିଲେ ଯେ, ଟିମ୍‌ରେ ପୁରୁଷ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ମହିଳାମାନେ ସବୁବେଳେ ମେକଅପ କରି ଆସନ୍ତୁ। ପ୍ରତିବଦଳରେ ପୁରୁଷ ସହକର୍ମୀମାନେ ସେମାନଙ୍କୁ ଚା’ ଡେଟ୍‌ରେ ନେବେ।

ତେବେ ସିଇଓଙ୍କ ଏପରି ମେସେଜ ପରେ ମହିଳା କର୍ମଚାରୀମାନେ ଏହାକୁ ରେସପନ୍ସ କରି ନ ଥିଲେ। ଯାହାକୁ ନେଇ ଲୁଓ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି। ମହିଳାମାନେ ଏପରି ନ କଲେ ସେମାନଙ୍କର ବୋନସ କଟିବ ବୋଲି ସେ କହିଛନ୍ତି।

ଏହାପରେ ଦେଖିବାକୁ ମିଳିଥିଲା କି, ଲୁଓ ତାଙ୍କ ମେସେଜକୁ ଗ୍ରୁପରୁ ଡିଲିଟ କରି ଦେଇଥିଲେ। ହେଲେ ଜଣେ କର୍ମଚାରୀ ଏହାର ସ୍କ୍ରିନସଟ ନେଇ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏପରି ଘଟଣା ଭାଇରାଲ ହେବା ପରେ ଲୁଓ ତାଙ୍କ ମେସେଜ ମଜାଳିଆ ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, WeChat ଆମେ କର୍ମଚାରୀଙ୍କ ସହ ଏପରି ମଜାଳିଆ କଥା ହୋଇଥାଉ।


Enter your email to get our daily news in your inbox.

All Right Reserved By Dharitri.Com

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

ଯୁଦ୍ଧ ରୋକିବା ପାଇଁ ଭାରତ ଉପରେ କାହିଁକି ନିର୍ଭର କରୁଛି ଇରାନ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ,୨୬।୩: ଗତକାଲି ନୂଆଦିଲ୍ଲୀରେ ଦେଇଥିବା ବିବୃତ୍ତିରେ, ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଇରାନ-ଇସ୍ରାଏଲ ବିବାଦରେ ଭାରତକୁ ଏକ ନିର୍ଭରଯୋଗ୍ୟ ମଧ୍ୟସ୍ଥି ଭାବରେ ବର୍ଣ୍ଣନା କରିଥିଲେ, ଯାହା ମଧ୍ୟପ୍ରାଚ୍ୟରେ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ସାଇକେଲରେ ବିଦ୍ୟାଳୟ ଯାଉଥିଲେ ଦୁଇ ଛାତ୍ର, ପାଚେରିରେ ପିଟି ହୋଇ…

ମୋହନା,୨୬ା୩(ମନ୍ମଥ ମିଶ୍ର): ସାଇକେଲରେ ବିଦ୍ୟାଳୟକୁ ଯିବା ବେଳେ ପାଚେରିରେ ପିଟି ହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri