Posted inଜାତୀୟ

ପିଏମ୍‌-କେୟାର୍ସକୁ ଦାନ କରିଛନ୍ତି ଚାଇନା କମ୍ପାନୀ: କଂଗ୍ରେସ ଆଣିଲା ଅଭିଯୋଗ

ନୂଆଦିଲ୍ଲୀ,୨୮ା୬(ଆଇଏଏନ୍‌ଏସ୍‌)-ଭାରତରେ କରୋନା ମହାମାରୀ ସଂକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାର୍ଚ୍ଚ ୨୮ରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଜରୁରୀ ପରିସ୍ଥିତିରେ ସହାୟତା ପାଣ୍ଠି (ପିଏମ୍‌-କେୟାର୍ସ) ଗଠନ କରିଥିଲେ। କରୋନା ମହାମାରୀ ଏବଂ ଭବିଷ୍ୟତରେ ଅନୁରୂପ ମହାମାରୀ ଭଳି ସ୍ଥିତିର ମୁକାବିଲା ଓ ସହାୟତା ପାଇଁ ଏହି ପାଣ୍ଠି ଗଠନ କରାଯାଇଥିଲା। ଏବେ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଜୋର୍‌ଦାର ହୋଇଥିବାବେଳେ ଚାଇନା କମ୍ପାନୀ ଚାନ୍ଦା ଦେବାକୁ ନେଇ ଶାସକ ଭାଜପା ଓ ବିରୋଧୀ ଦଳ କଂଗ୍ରେସ ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି। ପିଏମ୍‌-କେୟାର୍ସ ପାଣ୍ଠି ଚାଇନା କମ୍ପାନୀଗୁଡ଼ିକରୁ ଦାନ ସଂଗ୍ରହ କରିଥିବା କଂଗ୍ରେସ ଅଭିଯୋଗ କରିଛି। ଚାଇନା ସହ ଶତ୍ରୁତା ଲାଗି ରହିଥିବାବେଳେ ପ୍ରଧାନମନ୍ତ୍ରୀ ପିଏମ୍‌-କେୟାର୍ସ ଫଣ୍ଡ ପାଇଁ କାହିଁକି ଚାଇନା ଅର୍ଥ ଗ୍ରହଣ କଲେ ବୋଲି ବରିଷ୍ଠ କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘଭି ପ୍ରଶ୍ନ କରିଛନ୍ତି। ବିବାଦୀୟ କମ୍ପାନୀ ହ୍ବାଓ୍ବେଇରୁ ପ୍ରଧାନମନ୍ତ୍ରୀ ୭ କୋଟି ଟଙ୍କା ଗ୍ରହଣ କରିଛନ୍ତି କି? ଚାଇନାର ପିପୁଲ୍ସ ଲିବରେଶନ ଆର୍ମୀ ସହ ଏହି କମ୍ପାନୀର ସିଧାସଳଖ ସମ୍ପର୍କ ରହିଛି କି? ଚାଇନାର ଟିକ୍‌ଟକ୍‌ କମ୍ପାନୀ ପିଏମ୍‌-କେୟାର୍ସ ଫଣ୍ଡକୁ ୩୦ କୋଟି ଟଙ୍କା ଦାନ ଦେଇଛି କି ବୋଲି ସିଙ୍ଘଭି ପ୍ରଶ୍ନ କରିଛନ୍ତି। କେବଳ ସେତିକି ନୁହେଁ ପିଏମ୍‌-କେୟାର୍ସକୁ ପେଟିଏମ୍‌ ୧୦୦ କୋଟି ଦେଇଥିବାବେଳେ ଓପୋ ୧ କୋଟି ଏବଂ ଜିଓମି ୧୫ କୋଟି ଟଙ୍କା ଦେଇଥିବା କଂଗ୍ରେସ ନେତା ଅଭିଯୋଗ କରିଛନ୍ତି। ପେଟିଏମ୍‌ରେ ଚାଇନା କମ୍ପାନୀର ୩୮ ପ୍ରତିଶତ ମାଲିକାନା ରହିଛି।
ପିଏମ୍‌ଏନ୍‌ଆର୍‌ଏଫ୍‌ରେ ସଂଗୃହୀତ ଅର୍ଥକୁ ପ୍ରଧାନମନ୍ତ୍ରୀ ମୋଦି ବିବାଦୀୟ ପିଏମ୍‌-କେୟାର୍ସ ଫଣ୍ଡକୁ ସ୍ଥାନାନ୍ତର କରିଛନ୍ତି କି ଏବଂ କେତେ ଶହ କୋଟି ଟଙ୍କା ସ୍ଥାନାନ୍ତର କରାଯାଇଛି, ତାହା ଜାଣିବାକୁ ଚାହିଁଛନ୍ତି ସିଙ୍ଘଭି। ମିଳିଥିବା ରିପୋର୍ଟ ଅନୁଯାୟୀ ୨୦୨୦ ମେ‘ ୨୦ ସୁଦ୍ଧା ଏହି ଫଣ୍ଡକୁ ୯,୬୭୮ କୋଟି ଟଙ୍କା ମିଳିଥିଲା। ଦୁଃଖର କଥା ହେଲା ଚାଇନା ସୈନ୍ୟ ଆମ ସୀମା ଭିତରେ ଅନୁପ୍ରବେଶ କରିଥିବାବେଳେ ପ୍ରଧାନମନ୍ତ୍ରୀ ସେ ଦେଶର କମ୍ପାନୀଠାରୁ ଅର୍ଥ ଗ୍ରହଣ କରୁଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ଅଭିଯୋଗ କରିଛନ୍ତି। ପିଏମ୍‌-କେୟାର୍ସ ପାଣ୍ଠିର ସାମ୍ବିଧାନିକ କିମ୍ବା ପରିଚାଳନା ଢାଞ୍ଚା ସମ୍ପର୍କରେ କେହି ଜାଣନ୍ତି ନାହିଁ। ଏହି ପାଣ୍ଠି କିପରି ନିୟନ୍ତ୍ରଣ ହେଉଛି ଓ ଅର୍ଥ କିପରି ବିନିଯୋଗ ହେଉଛି, ତାହା ମଧ୍ୟ କାହାକୁ ଜଣାଯାଉ ନାହିଁ। ସିଏଜି ସମେତ କୌଣସି ସରକାରୀ କର୍ତ୍ତୃପକ୍ଷ ଉକ୍ତ ପାଣ୍ଠିର ଅଡିଟ୍‌ କରିପାରିବେ ନାହିଁ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ଏହି ପାଣ୍ଠିରେ ଆଦୌ ସ୍ବଚ୍ଛତା ନାହିଁ ଏବଂ ଏଥିପାଇଁ କେହି ଉତ୍ତରଦାୟୀ ନୁହନ୍ତି ବୋଲି ସିଂଘଭି ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆକ୍ରମଣ କଲା ଆମେରିକା: ଖସାଇଲା ଡ୍ରୋନ୍‌

ଓ୍ବାଶିଂଟନ୍‌,୨୮।୫: ଆମେରିକୀୟ ସେନା ପୁଣି ଥରେ ଇରାନରେ ବଡ଼ ଧରଣର ସାମରିକ ଆକ୍ରମଣ କରିଛି। ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଏହି ରାତାରାତି ଆକ୍ରମଣ ସେହି ସାମରିକ ଘାଟିଗୁଡ଼ିକୁ…

କାଳବୈଶାଖୀର ପ୍ରଭାବରେ ଉଡିଲା ଛପର: ୧୪ ଘଣ୍ଟା ହେଲା ବିଦ୍ୟୁତ-ମୋବାଇଲ ସେବା ଅଚଳ

ଦାରିଙ୍ଗବାଡି, ୨୮।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାଳ ବୈଶାଖୀର ପ୍ରଭାବରେ ପ୍ରଭାବିତ ହୋଇଛି। ବ୍ଲକ ଅଞ୍ଚଳର ସିମନବାଡି ସମେତ କିରିକୁଟି, ତିଲୋରୀ, ବୁଡ଼ାଗୁଡା,…

ବିଧାୟିକାଙ୍କ ଫଣ୍ଡକୁ ଖର୍ଚ୍ଚ କରିବାରେ ବ୍ଲକ ପ୍ରଶାସନର ବିଳମ୍ବ: ବିଜେଡି କର୍ମୀଙ୍କୁ ଅଣଦେଖା

କେସିଙ୍ଗା,୨୮।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ମନୋରମା ମହାନ୍ତି କେସିଙ୍ଗା ବ୍ଳକ ଗସ୍ତକରି ନିଜ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କେସିଙ୍ଗା ବ୍ଳକର…

ବିମାନ ଯାତ୍ରୀଙ୍କୁ ଝଟ୍‌କା! ୨୨% ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୮ା୫: ଇନ୍ଧନ ମୂଲ୍ୟ ଅତ୍ୟଧିକ ବୃଦ୍ଧି ଯୋଗୁ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ ଏହାର ଘରୋଇ ବିମାନ ଉଡ଼ାଣ ଅସ୍ଥାୟୀ ଭାବେ ୨୨ ପ୍ରତିଶତ ହ୍ରାସ କରିଛି।…

ରାସ୍ତା ନ ଥିବାରୁ ୩ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା: ପ୍ରଶଂସା ସାଉଁଟିଲେ ଆମ୍ବୁଲାନ୍ସ କର୍ମଚାରୀ

କେସିଙ୍ଗା/ଖପ୍ରାଖୋଲ,୨୮/୫(ତୁମେଶ୍ୱର ସାହୁ/ଅଭୟ ତ୍ରିପାଠୀ): ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଜାନିପଡା ପାହାଡ଼ ପାଖରେ ରହୁଥିବା ରୋହିତ ଧରୂଆଙ୍କ ସ୍ତ୍ରୀ ସୀମା ମାଝୀଙ୍କ ଗର୍ଭଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଡାକ୍ତରଖାନା ଆଣିବା…

୯ମ ଶ୍ରେଣୀ ପାଇଁ CBSEର ତ୍ରିଭାଷୀ ନିୟମ: କେନ୍ଦ୍ର, ଏନ୍‌ସିଇଆର୍‌ଟିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଜୁଲାଇ ୧ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ୩ ଭାଷା ପଢ଼ିବା ବାଧ୍ୟତାମୂଳକ ନୀତି ଲାଗୁ କରିଥିବାରୁ ଏହାକୁ…

୨ଦିନ ପରେ ପାଗ ବଦଳିବ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୨୮ା୫ (ସୌମ୍ୟରଞ୍ଜନ ରାଉତ):ପ୍ରବଳ ଗରମ ଓ ଗୁଳୁଗୁଳିରୁ ଓଡ଼ିଶାବାସୀଙ୍କୁ ଆଶ୍ବସ୍ତି ମିଳିଛି। ରାଜ୍ୟ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ବୁଧବାର ଦିନସାରା ଗୁଳୁଗୁଳି ଜାରି ରହିଥିଲା।…

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri