ପାକିସ୍ତାନରେ ଚାଇନା ନାଗରିକଙ୍କୁ ଗୁଳି ମାରି ହତ୍ୟା: ୨ ଆହତ

କରାଚି,୨୮।୯: ପାକିସ୍ତାନର କରାଚିରେ ବୁଧବାର ଜଣେ ଚାଇନା ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। କରାଚିର ସଦର ଅଞ୍ଚଳରେ ଥିବା ଏକ କ୍ଲିନିକରେ ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳି ବିନିମୟରେ ଚାଇନା ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ସମସ୍ତ ୩ ଜଣ ଚାଇନା ନାଗରିକ ବୋଲି ଜଣାପଡିଛି। ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଉଭୟ ଆହତ ପେଟରେ ଗୁଳି ବାଜିବାରୁ ସେମାନଙ୍କ ଅବସ୍ଥା ଗୁରୁତର ରହିଛି।
ସିନ୍ଧ ମୁଖ୍ୟମନ୍ତ୍ରୀ ମୁରାଦ ଅଲି ଶାହା ଏହି ହତ୍ୟାକାଣ୍ଡ ସମ୍ପର୍କରେ କରାଚିର ଅତିରିକ୍ତ ଆଇଜିପିଙ୍କ ଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ଏଭଳି ଘଟଣା ସହନୀୟ ନୁହେଁ ବୋଲି ସେ କହିଛନ୍ତି।

Share