ଶାହାରୁଖଙ୍କ ଗୀତରେ ଡ୍ୟାନ୍ସ କଲେ ଚାଇନାର ଏହି କୁନି ବାଳକ

ମୁମ୍ବାଇ: ଚାଇନାର ଜଣେ ଶିଶୁଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ପିଲାଟି କିଙ୍ଗଖାନ୍‌ ଶାହାରୁଖଙ୍କ ଫିଲ୍ମ ‘ମହୋବତ’ର ଗୀତ ‘ଆଁଖେ ଖୁଲି ହୋ ୟା ହୋ ବନ୍ଦ୍‌’ ଗୀତରେ ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓରେ ବିଶେଷ କଥା ହେଲା ପିଲାଟି ଗୀତ ଅନୁଯାୟୀ ଷ୍ଟେପ୍‌ ବି କରୁଛି।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ପିଲାଟିର ଡ୍ୟାନ୍ସକୁ ଉପଭୋଗ କରିବା ସହ ପ୍ରଶଂସା ବି କରୁଛନ୍ତି। ୟୁଜରମାନେ କହିଛନ୍ତି, ଭାରତର ପ୍ରଭାବ ବର୍ତ୍ତମାନ ଚାଇନାରେ ପଡ଼ିଛି।

ଏହି ପିଲାଟିର ନିଜର ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ଅଛି। ସେ ଏଥିରେ ନେକ ଭିଡିଓ ଶେୟାର କରିଛନ୍ତି କିନ୍ତୁ ଏହି ଭିଡିଓ ଭାରତରେ ଭାଇରାଲ ହୋଇଛି। ଯଦିଓ ଏହି ଶିଶୁ ଫେବୃୟାରୀ ୪ରେ ନିଜେ ଭିଡିଓଟି ଶେୟାର କରିଛନ୍ତି କିନ୍ତୁ ଏହି ଭିଡିଓ ବର୍ତ୍ତମାନ ସମସ୍ତ ସୋସିଆଲ ମିଡିଆ ସାଇଟରେ ଭାଇରାଲ ହୋଇଛି।

ଚାଇନାରେ ବଲିଉଡ୍‌ ଗୀତର ଲୋକପ୍ରିୟତା ଆଶ୍ଚର୍ଯ୍ୟଜନକ ହେବା ଉଚିତ ନୁହେଁ କାରଣ ସେମାନେ ହିନ୍ଦୀ ଫିଲ୍ମ ଏବଂ ଗୀତଗୁଡ଼ିକୁ ଭଲ ପାଆନ୍ତି। ‘ଦଙ୍ଗଲ’, ‘ସିକ୍ରେଟ ସୁପରଷ୍ଟାର’ ଏବଂ ‘ବଜରଙ୍ଗୀ ଭାଇଜାନ’ଙ୍କ ଭଳି ଫିଲ୍ମ ଚାଇନା ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି। ଦଙ୍ଗଲ କେବଳ ଏକ ରେକର୍ଡ ୧୪୦୦ କୋଟି ରୋଜଗାର କରି ଇତିହାସ ସୃଷ୍ଟି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନ ପର ଆସିବ ‘ଗୁମରାହ’ର ଟିଜର

ମୁମ୍ବାଇ: ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର ଓ ମୃଣାଳ ଠାକୁରଙ୍କ ବହୁପ୍ରତିକ୍ଷିତ କ୍ରାଇମ ଥ୍ରୀଲର ମୁଭି ‘ଗୁମରାହ’କୁ ନେଇ ଏକ ଅଫିସିୟାଲ ଅପଡେଟ ସାମ୍ନାକୁ...

ଏସବୁ ଅଭିନେତ୍ରୀ ଡିଭର୍ସିଙ୍କୁ କରିଛନ୍ତି ବିବାହ

ଏସବୁ ଅଭିନେତ୍ରୀ ଡିଭର୍ସିଙ୍କୁ କରିଛନ୍ତି ବିବାହ ବଲିଉଡ୍‌ର କିଛି ନାମୀଦାମୀ ଅଭିନେତ୍ରୀ ଡିଭର୍ସିଙ୍କ ହାତ ଧରିଛନ୍ତି। ଜାଣନ୍ତୁ ସେମାନଙ୍କ ସମ୍ପର୍କରେ… କରୀନା କପୁର: କରୀନା କପୁର...

ତିଆରି ହେବ ମହିଳା କ୍ରିକେଟର ମିତାଲି ରାଜ୍‌ଙ୍କ ବାୟୋପିକ୍‌

ମୁମ୍ବାଇ: ବାୟୋପିକ୍‌ ଟ୍ରେଣ୍ଡରେ ଏଥର ବଲିଉଡ୍‌ରେ ପ୍ରବେଶ କରିବାକୁ ଯାଉଛି ଭାରତୀୟ ଦଳର ମହିଳା କ୍ରିକେଟର ମିତାଲି ରାଜଙ୍କ ବାୟୋପିକ୍‌। ଏଥିରେ ଲିଡ୍‌ ରୋଲରେ ଆସିପାରନ୍ତି...

କାର୍ତ୍ତିକଙ୍କୁ ପସନ୍ଦ ଏମିତି ଝିଅ

ମୁମ୍ବାଇ: ବଲିଉଡ୍‌ର ଚାର୍ମିଙ୍ଗ ଆକ୍ଟର କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଅଭିନୟ ଓ ସ୍ମାଇଲିଂ ପାଇଁ ଦର୍ଶକଙ୍କର ବେଶ୍‌ ପସନ୍ଦ। ଲକ୍ଷେ ଝିଅଙ୍କୁ ଦିଓ୍ବାନା କରୁଥିବା ଏହି...

ମା’ ହେଲେ ଭାରତୀ

ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ସ୍ବାମୀ ହର୍ଷ ଲିମ୍ବାଚିୟା ସୋସିଆଲ ମିଡିଆରେ ଏ ବିଷୟରେ...

ସେକ୍ସୁଆଲ ହାରାସମେଣ୍ଟ ମାମଲାରେ ଫସିଥିଲେ ଅମିତାଭ!

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ୮୦ ବର୍ଷରେ ପାଦ ଥାପିଛନ୍ତି । ୮୦ ବର୍ଷ ବୟସରେ ବି ସେ ଦର୍ଶକଙ୍କ ଏତେ ନିକଟତର ଯେ...

ନୂତନ ବର୍ଷ ଆରମ୍ଭ ନ ହେଉଣୁ ଅକ୍ଷୟ-ଜାହ୍ନବୀଙ୍କ ହାତରେ ଗୋଟିଏରୁ ବଳି ଗୋଟିଏ ଫିଲ୍ମ

ବମ୍ବେ: ବର୍ଷ ଆରମ୍ଭ ନ ହେଉଣୁ ବଲିଉଡ୍‌ ଅଭିନେତା ତଥା ଅଭିନେତ୍ରୀମାନେ ଗୋଟିଏ ପରେ ଗୋଟିଏ ଫିଲ୍ମ ସାଇନ୍‌ କରିଚାଲିଛନ୍ତି। ଫଳରେ ଏବେ ସେମାନଙ୍କ ହାତରେ...

ପଞ୍ଚଭୂତରେ ଲିନ ହେଲେ ରିଷି

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କୁପରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୁମ୍ବାଇର ମରିିନ ଲାଇନ୍ସରେ ଥିବା ଚନ୍ଦନଓ୍ବାଡି ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।...

Advertisement
Archives

Model This Week