ତଳେ ମୁଁହ ମାଡ଼ି ଶୋଇଥିବା ପିଲାଙ୍କ ଉପରେ ଚାଲିଲେ ଚାଇନା ରାଷ୍ଟ୍ରଦୂତ: ଅମାନବୀୟ ବୋଲି କହିଲା ଆମେରିକା

ବେଜିଂ, ୨୨।୮: ଚାଇନା ରାଷ୍ଟ୍ରଦୂତଙ୍କ ଏକ ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ରାଷ୍ଟ୍ରଦୂତ ତଳେ ମୁଁହ ମାଡ଼ି ଶୋଇଥିବା ଛୋଟ ପିଲାଙ୍କ ଉପରେ ଚାଲିଛନ୍ତି। ରେଡ୍‌ କାର୍ପେଟ୍‌ ବଦଳରେ ଛୋଟ ପିଲାଙ୍କ ଉପରେ ରାଷ୍ଟ୍ରଦୂତ ଚାଲୁଥିବାର ଦୃଶ୍ୟ ଭିଡ଼ିଓରେ ରହିଛି। ଏହି ଭିଡ଼ିଓ ଭାଇରାଲ ହେବା ପରେ ବିଭିନ୍ନ ଦେଶ ପକ୍ଷରୁ ନକାରାତ୍ମକ ମନ୍ତବ୍ୟ ଦିଆଯାଇଛି। ଆମେରିକା ଏହାକୁ ଅମାନବୀୟ କହିଛି। ତେବେ ଚାଇନା ଏହାକୁ ଖଣ୍ଡନ କରିଛି। ଚାଇନା କହିଛି ଯେ ରାଷ୍ଟ୍ରଦୂତ ତାଙ୍ଗ ସୋନଗେନ୍‌ ପ୍ରଶାନ୍ତ ସାଗରରେ ଥିବା ଛୋଟ ଦ୍ୱୀପ କିରିବାତି ଗସ୍ତ କରିଥିଲେ। ସେଠାକାର ପରମ୍ପରା ଅନୁସାରେ ଏଭଳି କରାଯାଇଥିଲା। ତେବେ ଚାଇନର ମନ୍ତବ୍ୟ ଏବେ ଟ୍ରୋଲ ହେବାରେ ଲାଗିଛି।

Share