ଚିରସ୍ରୋତା ହେବ ଛିଣ୍ଡା ଖରସ୍ରୋତା

ଯାଜପୁର ଅଫିସ,୧୧ା୧୦: ଯାଜପୁର ଜିଲା ଦେଇ ପ୍ରବାହିତ ଛିଣ୍ଡା ଖରସ୍ରୋତାକୁ ପୁନରୁଦ୍ଧାର କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମର୍ମରେ ଜଳ ସମ୍ପଦ ବିଭାଗର ଅଧସ୍ଥନ ସଚିବ ଭାଗିରଥି ପାଢୀ ପ୍ରକଳ୍ପ ନିର୍ମାଣ ଓ ଅନୁଦାନ ମଞ୍ଜୁର ସମ୍ପର୍କରେ ପ୍ରସ୍ତାବ ଦେବା ସହ ଆବଶ୍ୟକ ପରୀକ୍ଷାନିରୀକ୍ଷା କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଦୀର୍ଘଦିନର ଦାବି ସଫଳ ହେବା ଆଶା ଉଦ୍‌ଜୀବିତ ହୋଇଛି। ଏଥି ସହିତ ଛିଣ୍ଡା ଖରସ୍ରୋତା ପୁଣି ଥରେ ଚିରସ୍ରୋତା ହେବ ବୋଲି ବୋଲି ମତ ପ୍ରକାଶ ପାଇଛି ା
ଯାଜପୁର ଜିଲା ମାର୍ଥାପୁର ନିକଟରେ ବ୍ରାହ୍ମଣୀ ନଦୀରୁ ଖରସ୍ରୋତା ଉପତ୍ତ୍ତି ହୋଇଛି। ଏହି ନଦୀ ଜିଲାର ରସୁଲପୁର, କୋରେଇ, ଯାଜପୁର, ବରୀ, ଦଶରଥପୁର, ବିଞ୍ଝାରପୁର ବ୍ଲକ ଓ କେନ୍ଦ୍ରାପଡ଼ା ଜିଲା ଦେଇ ବଙ୍ଗୋପସାଗରରେ ମିଶିଛି। ଏହି ନଦୀ ସଂପୃକ୍ତ ଅଞ୍ଚଳର ଜୀବନ ରେଖା ଭାବେ ପିରିଚିତ। ତେଣୁ ଏହି ନଦୀକୁ ଚିରସ୍ରୋତା କରିବାକୁ ଦୀର୍ଘବର୍ଷ ହେଲା ଦାବି ହୋଇ ଆସୁଛି। ତେବେ ଏନେଇ ଗତ ୨୭ ତାରିଖରେ ପରିବେଶବିତ୍‌ ଗୋପୀନାଥ ପତି ଏବଂ ଗ୍ରାମବାସୀ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଖରସ୍ରୋତା ନଦୀର ପୁନରୁଦ୍ଧାର ପାଇଁ ଅନୁରୋଧ କରିଥିଲେ। ଉକ୍ତ ଦାବି ଅନୁସାରେ ବିଭିନ୍ନ ଫସଲ ଅମଳ , ପାନୀୟ ଜଳ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏହାର ପାଣି ବ୍ୟବହାର ହୋଇଥାଏ। ଛିଣ୍ଡା ଖରାସ୍ରୋତା ନଦୀ ମୁହାଣ ବନ୍ଦ ହେବା ପରେ ଏହା ପ୍ରାୟତଃ ମୃତ ଅବସ୍ଥାରେ ରହିଛି। ଏହାବାଦ୍‌ କେତେଜଣ ଲୋକ ନଦୀ କୂଳରୁ ଗଛ କାଟିବା ଏବଂ ବାଲି ଉତ୍ତୋଳନ ଯୋଗୁ ନଦୀଶଯ୍ୟା ବହୁଳ ଭାବେ କ୍ଷତିଗ୍ରସ୍ତ ହେଉଛି, ଯାହା କୃଷିକୁ ପ୍ରଭାବିତ କରୁଛି। ନଦୀର କେତେକ ଅଂଶରେ ଛୋଟ ଗର୍ତ୍ତ, ପୋଖରୀ ଏବଂ କୃତ୍ରିମ ହ୍ରଦ ମଧ୍ୟ ସୃଷ୍ଟି ହୋଇଛି । ଏଠାରେ ବିଭିନ୍ନ କୀଟ, ମଶା ଆଦି ଜନ୍ମ ନେଇ ନଦୀ ଜଳ ପ୍ରଦୂଷିତ ହେଉଛି। ଫଳରେ ନଦୀତଟବର୍ତ୍ତୀ ଅଞ୍ଚଳବାସୀ ପେଟ, କିଡ୍‌ନୀ, ଜଣ୍ଡିସ ଆଦି ରୋଗରେ ପୀଡ଼ିତ ହେଉଛନ୍ତି। ଏହାବାଦ୍‌ ବିଭିନ୍ନ ବର୍ଜ୍ୟବସ୍ତୁକୁ ସମୟ ସମୟରେ ନଦୀରେ ଫୋପାଡ଼ି ଦିଆଯାଏ। ଏହା ପରିବେଶକୁ ବିଷାକ୍ତ କରିଥାଏ। ୧୯୭୪ରେ ରେଙ୍ଗାଲି ବହୁମୁଖୀ ପ୍ରକଳ୍ପ ନିର୍ମାଣ ପରେ ଯାଜପୁର ଜିଲାରେ ବନ୍ୟା ପରିସ୍ଥିତିକୁ କେତେକାଂଶରେ ନିୟନ୍ତ୍ରଣ କରିବା ସମ୍ଭବ ହୋଇଛି । କିନ୍ତୁ ୧୯୯୨-୯୩ ଆର୍ଥିକ ବର୍ଷରେ ଶ୍ରୀବନ୍ତପୁରଠାରୁ ୧୨.୫ କିଲୋମିଟର ଲମ୍ବ ବିଶିଷ୍ଟ ବନ୍ଧ ନିର୍ମାଣ ହେବା ପରେ ଛିଣ୍ଡା ଖରାସ୍ରୋତା ନଦୀ ମୃତ ଅବସ୍ଥା ପଡିଛି। ଏହାସହ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକ ନୂତନ ନାମ ଛିଣ୍ଡା ଖରାସ୍ରୋତା ନାଲା ନାମରେ ନାମିତ କରାଯାଇଛି। ଯଦି ସେଠାରେ ଏକ ସ୍ଲୁଇସ୍‌ ଫାଟକ ତିଆରି ହୋଇଥାନ୍ତା ତେବେ ପ୍ରାୟ ୩୦ ହଜାର ଲୋକ ଉପକୃତ ହୋଇ ପାରିଥାନ୍ତେ।
ମୁଖ୍ୟ ଖରସ୍ରୋତାର ଉପର ପାର୍ଶ୍ୱର ଉତ୍ତର ଦିଗରେ ନଦୀବନ୍ଧର ୧୬ କିଲୋମିଟର ପର୍ଯ୍ୟନ୍ତ କୌଣସି ସ୍ଲୁଇସ୍‌ ଗେଟ ନ ଥିବାରୁ ଶତାଧିକ ଏକର କୃଷିକ୍ଷେତ୍ରରେ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି। ଏଥିଯୋଗୁ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ଉନ୍ନୟନ କମିଶନର ତଥା ରାଜ୍ୟ ରିଲିଫ୍‌ କମିଶନର ପ୍ରଦୀପ ଜେନାଙ୍କ ସହ କୋରେଇ ବିଧାୟକ ଏବଂ ଅଞ୍ଚଳବାସୀ ଆଲୋଚନା କରିଥିଲେ। ମୂଳ ଖରସ୍ରୋତାର ସ୍ଥିତି ସମ୍ପର୍କରେ କମିଶନରଙ୍କୁ ଅବଗତ କରାଇବା ସହ ତା’ର ସମସ୍ୟାକୁ ସମାଧାନ କରିବା ପାଇଁ ଦାବି କରିଥିଲେ। ଉକ୍ତ ଦାବିକୁ କମିଶନର ଜେନା ଗ୍ରହଣ କରିବା ସହ ତକ୍ଷଣାତ୍‌ ଏ ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ଆଲୋଚନା କରି ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ରାସ୍ତା-ଡ୍ରେନ୍‌ ନିର୍ମାଣ ନ ହେଲେ ଭୋଟ୍‌ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ

କେନ୍ଦୁଝର,୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବନାଯୋଡ଼ି ଗ୍ରାମର ଭୁରୁଡ଼ିସାହିରେ ରାସ୍ତା ଓ ଡ୍ରେନ ନିର୍ମାଣ ନ ହେଲେ ଗ୍ରାମବାସୀ ଆଗାମୀ…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri