ଜାପାନକୁ ଚାଇନାର ନାଲି ଆଖି…

ବେଜିଂ,୮।୭: ତାଇଓ୍ବାନ ପ୍ରସଙ୍ଗରେ ଚାଇନା ଜାପାନକୁ ନାଲି ଆଖି ଦେଖାଇଛି। ତାଇଓ୍ବାନକୁ ଜାପାନ ସୈନ୍ୟବାହିନୀ ସହଯୋଗକଲେ ଏହାର କଡ଼ା ଜବାବ୍‌ ମିଳିବ ବୋଲି ଚାଇନା କହିଛି। ଚାଇନାର ପିଏଲ୍‌ଏ ଜାପାନକୁ ଧ୍ୱଂସ କରିଦେବ ବୋଲି ସେ କହିଛନ୍ତି। ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ୍‌ରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଜାପାନର ଉପ ପ୍ରଧାନମନ୍ତ୍ରୀ ତାରୋ ଆସୋ ତାଇଓ୍ବାନ ପ୍ରସଙ୍ଗରେ ସହାୟତା କରିବା ନେଇ ମନ୍ତବ୍ୟ ଦେବାପରେ ଗ୍ଲୋବାଲ ଟାଇମ୍ସ୍‌ରେ ଏହି ଖବର ପ୍ରକାଶ ପାଇଛି। ଆମେରିକା ଜାପାନ ମିଳିତ ଭାବେ ତାଇଓ୍ବାନ ପ୍ରସଙ୍ଗ ସହାୟତାର ହାତ ବଢ଼ାଇ ଥିବାରୁ ଚାଇନା ପ୍ରବକ୍ତା ଝାଓ ଲିଲିଆନ୍‌ ଏହାର ବିରୋଧ କରିଛନ୍ତି। ଏହି ପ୍ରସଙ୍ଗରେ କୌଣସି ହସ୍ତକ୍ଷେପକୁ ସହ୍ୟ କରାଯିବ ନାହିଁ ବୋଲି ସେ କହିଛନ୍ତି।

Share