ଦ୍ରୁତ ହ୍ରାସ ପାଉଛି ଚାଇନା ଜନସଂଖ୍ୟା

ବେଜିଂ,୨୦ା୧(ପି.ଟି.): ୨୦୨୫ରେ ଚାଇନାରେ ଜନ୍ମହାର ୧୦ ବର୍ଷ ପୂର୍ବ ତୁଳନାରେ ୧୦ ନିୟୁତ ହ୍ରାସ ପାଇଥିବାବେଳେ କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଜନସଂଖ୍ୟା ହ୍ରାସ ପାଇଛି। ପୂର୍ବରୁ ଦେଶରେ ଲାଗୁ ହୋଇଥିତ୍ବା ଏକ-ସନ୍ତାନ ନୀତିର ଦୀର୍ଘମିଆଦୀ ପ୍ରଭାବକୁ ଏଥିପାଇଁ ଦାୟୀ କରାଯାଇଛି।
ଜାତୀୟ ପରିସଂଖ୍ୟାନ ବ୍ୟୁରୋ (ଏନ୍‌ବିଏସ୍‌) ତଥ୍ୟ ଅନୁଯାୟୀ, ୨୦୨୫ରେ ୭.୯୨ ନିୟୁତ ପିଲା ଜନ୍ମ ହୋଇଛନ୍ତି, ଯାହାକି ୨୦୨୪ରେ ୯.୫୪ ନିୟୁତ ଥିଲା। ଅର୍ଥାତ ବର୍ଷକ ମଧ୍ୟରେ ଶିଶୁ ଜନ୍ମହାର ୧୭ ପ୍ରତିଶତ ହ୍ରାସ ପାଇଛି। ୧୯୪୯ରୁ ଦେଶରେ ଜନ୍ମହାର ଲିପିବଦ୍ଧ ହେବା ପରଠାରୁ ଏହା ସର୍ବନିମ୍ନ। ୨୦୨୩ରେ ଜନ୍ମହାର ଯଥେଷ୍ଟ କମିଥିଲାବେଳେ ଗତବର୍ଷ ଏହା ଉକ୍ତ ରେକର୍ଡକୁ ଭାଙ୍ଗିଦେଇଛି। ଜନସଂଖ୍ୟାରେ ଭାରତ ୨୦୨୩ରେ ଚାଇନାକୁ ଅତିକ୍ରମ କରିଥିବା ଜାତିସଂଘ ରିପୋର୍ଟରେ କୁହାଯାଇଥିଲା। ବର୍ତ୍ତମାନର ପ୍ରଜନନ ହାର ଆଧାରରେ ଚାଇନାର ଲୋକସଂଖ୍ୟା ୨୧୦୦ ସୁଦ୍ଧା ୬୩.୩ କୋଟିକୁ ହ୍ରାସ ପାଇବ ବୋଲି ଜାତିସଂଘର ଅର୍ଥନୀତି ଓ ସାମାଜିକ ବ୍ୟାପାର ବିଭାଗ (ଡିଇଏସ୍‌ଏ) ଆକଳନ କରିଛି। ସୋମବାର ପ୍ରକାଶିତ ଏନ୍‌ବିଏସ୍‌ ତଥ୍ୟ ଅନୁଯାୟୀ, ଚାଇନାର ଲୋକସଂଖ୍ୟା ୨୦୨୫ରେ ୩.୩୯ ନିୟୁତ ହ୍ରାସ ପାଇ ୧୪୦.୪୯ କୋଟିରେ ପହଞ୍ଚତ୍ଥିଲା। ଏହା ପୂର୍ବବର୍ଷ ଲୋକସଂଖ୍ୟା ୧୪୦.୮୩ କୋଟି ଥିଲା।
ଦ୍ରୁତ ବୃଦ୍ଧି ପାଉଥିବା ବରିଷ୍ଠ ଲୋକଙ୍କୁ ନେଇ ଚାଇନା ସମସ୍ୟାର ସମ୍ମୁଖୀନ ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ, ୨୦୨୪ ଶେଷଭାଗରେ ଦେଶର ବରିଷ୍ଠ ନାଗରିକଙ୍କ ସଂଖ୍ୟା ୩୧୦ ନିୟୁତରେ ପହଞ୍ଚତ୍ଥିଲ। ୨୦୨୫ ବେଳକୁ ଏହି ସଂଖ୍ୟା ୪୦୦ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ୧୯୫୯ ଏବଂ ୧୯୬୧ର ପ୍ରଳୟଙ୍କର ଦୁର୍ଭିକ୍ଷ ବାଦ୍‌ ଗତବର୍ଷ ଚାଇନାରେ ସର୍ବାଧିକ ଜନସଂଖ୍ୟା ହ୍ରାସ ପାଇଥିଲା ବୋଲି ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟ ରିପୋର୍ଟରେ କୁହାଯାଇଛି। ଇତିମଧ୍ୟରେ ଗତବର୍ଷ ପ୍ରାୟ ୧୧.୩୧ ନିୟୁତ ଲୋକଙ୍କ ମୃତ୍ୟୁ ଘଟିଛି, ଯାହାକି ୫ ଦଶନ୍ଧି ମଧ୍ୟରେ ସର୍ବାଧିକ। ଜନସାଂଖି୍ୟକ ସଙ୍କଟ ଅର୍ଥନୀତିକୁ ଗମ୍ଭୀର ଭାବେ ପ୍ରଭାବିତ କରିବ ବୋଲି ସତର୍କ କରାଇ ଦିଆଯାଇଥିବାବେଳେ ବେଜିଂ ୨୦୧୬ରେ ଏକ ସନ୍ତାନ ନୀତିକୁ ଉଚ୍ଛେଦ କରି ଦମ୍ପତିମାନଙ୍କୁ ୨ ସନ୍ତାନ ଜନ୍ମ ପାଇଁ ଅନୁମତି ଦେଇଥିଲା। ଏହା ଫଳପ୍ରଦ ନ ହେବାରୁ ୨୦୨୧ରେ ଦମ୍ପତିଙ୍କୁ ୩ଟି ସନ୍ତାନ ଜନ୍ମ ଅନୁମତି ମିଳିଥିଲା।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri