ଚାଇନା ଜନସଂଖ୍ୟା ବୃଦ୍ଧି ମନ୍ଥର

ବେଜିଂ, ୧୨ା୫: ଗତ ଦଶନ୍ଧି ମଧ୍ୟରେ ଚାଇନାର ଜନସଂଖ୍ୟା ବୃଦ୍ଧି ମନ୍ଥର ହୋଇଛି। ୧୦ ବର୍ଷ ମଧ୍ୟରେ ଏହା ୭ କୋଟି ୨୦ ଲକ୍ଷ ବୃଦ୍ଧି ପାଇ ମୋଟ ଲୋକସଂଖ୍ୟା ୧୪୧ କୋଟି ଟପିଛି। ମଙ୍ଗଳବାର ଜାତୀୟ ପରିସଂଖ୍ୟାନ ବ୍ୟୁରୋ ପକ୍ଷରୁ ଏହି ଜନଗଣନା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ମକାଓ, ହକଂ, ତାଇବାନ ଲୋକଙ୍କୁ ସାମିଲ କରାଯାଇନାହିଁ। ରିପୋର୍ଟ ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ଚାଇନାର ଜନସଂଖ୍ୟା ୫.୩୮ ପ୍ରତିଶତ ବୃଦ୍ଧି ପାଇଛି। ପ୍ରତିବର୍ଷ ହାରାହାରି ୦.୫୩ ପ୍ରତିଶତ ଲୋକସଂଖ୍ୟା ବଢ଼ୁଛି। ଜନସଂଖ୍ୟା ବୃଦ୍ଧିରେ ରୋକ୍‌ ଲଗାଇବାକୁ ସରକାର ୨ ସନ୍ତାନ ନିୟମ ଆଣିଥିଲେ। ସନ୍ତାନ ପ୍ରସବ କରୁଥିବା ଦମ୍ପତିଙ୍କ ସଂଖ୍ୟା ହ୍ରାସ ପାଇଛି। ଏଥିଯୋଗୁ କାର୍ଯ୍ୟରତ ଲୋକଙ୍କ ସଂଖ୍ୟା କମିବା ସହ ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ବଢ଼ିଛି। ଆଗକୁ ଦେଶର ଅର୍ଥନୀତି ଉପରେ ଏହା ପ୍ରଭାବ ପକାଇବାକୁ ନେଇ ଆଶଙ୍କା ଦେଖାଦେଇଛି। ଚାଇନା ଏହା ପୂର୍ବରୁ ୨୦୧୦, ୨୦୦୦, ୧୯୯୦, ୧୯୮୨, ୧୯୬୪ ଏବଂ ୧୯୫୩ରେ ଜାତୀୟ ଜନଗଣନା କରିଥିଲା।

Share