ଭୁଟାନ ଉପରେ ଚାଇନାର ଆଖି: ସକତେଙ୍ଗ୍‌ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଧିକାର କରିବାକୁ ଷଡ଼ଯନ୍ତ୍ର

ଥିମ୍ପୁ, ୩୦।୬: ଚାଇନା ଭୁଟାନର କିଛି ଅଞ୍ଚଳକୁ ନିଜ ଅଧିକାରରେ ନେବା ଲାଗି ଷଡ଼ଯନ୍ତ୍ର ରଚିଛି। ଭୁଟାନର ସକତେଙ୍ଗ୍‌ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଚାଇନା ନିଜର ବୋଲି ଦାବି କରିଛି। ଏହି ଜମି ନେଇ ପୂର୍ବରୁ ଚାଇନା ଏବଂ ଭୁଟାନ ମଧ୍ୟରେ କେବେ ମଧ୍ୟ ବିବାଦ ରହି ନ ଥିବାବେଳେ ଏବେ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଏହି ଅଭୟାରଣ୍ୟ ଅରୁଣାଚଳ ପ୍ରଦେଶ ସୀମାକୁ ଲାଗିଛି। ଗ୍ଲୋବାଲ ଏନଭାରର୍ନମେଣ୍ଟ୍‌ ଫାସିଲିଟି କାଉନସିଲ୍‌ର ୫୮ତମ ବୈଠକରେ ଚାଇନା ଭୁଟାନର ଏହି ଅଞ୍ଚଳକୁ ନିଜର ବୋଲି ଦାବି କରିଛି। ଏଠାରେ ଜାରି ରହିଥିବା ବନ୍ୟପ୍ରାଣୀ ଅଭୟାରଣ୍ୟ ପାଇଁ ହେଉଥିବା ଫଣ୍ଡିଂକୁ ଚାଇନା ବିରୋଧ କରିଛି। ଚାଇନାର ଏଭଳି ଦାବିକୁ ଭୁଟାନରେ ତୀବ୍ର ବିରୋଧ କରାଯାଇଛି। ଏହି ଅଞ୍ଚଳ ଭୁଟାନର ଅଭିନ୍ନ ଅଙ୍ଗ ବୋଲି ଭୁଟାନ କହିଛି। ଚାଇନା ଏବଂ ଭୁଟାନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ସୀମା ନିର୍ଦ୍ଧାରଣ କରାଯାଇ ନାହିଁ। ତେଣୁ ଚାଇନା ଏହାର ଫାଇଦା ନେବାକୁ ବସିଥିବା କୁହାଯାଉଛି। ଏହି ବନ୍ୟପ୍ରାଣୀ ଅଭୟାରଣ୍ୟକୁ କେବେ ମଧ୍ୟ ଗ୍ଲୋବାଲ ଫଣ୍ଡିଂ ମିଳି ନାହିଁ। ମାତ୍ର ଚାଇନା ଫଣ୍ଡିଂକୁ ବିରୋଧ କରି ନିଜର ନିହିତ ସ୍ବାର୍ଥକୁ ପଦାରେ ପକାଇ ଦେଇଛି। ତେବେ ଗ୍ଲୋବାଲ ଏନଭାରର୍ନମେଣ୍ଟ୍‌ ଫାସିଲିଟି କାଉନସିଲ୍‌ ଚାଇନାର ଦାବିକୁ ଅଣ ଦେଖା କରି ଅଭୟାରଣ୍ୟ ଲାଗି ଫଣ୍ଡିଂ ସଂଗ୍ରହକୁ ମଞ୍ଜୁରୀ ଦେଇଛନ୍ତି। ଏହି କାଉନସିଲ୍‌ରେ ଚାଇନାର ପ୍ରତିନିଧି ରହିଛନ୍ତି। କିନ୍ତୁ ଭୁଟାନର କେହି ପ୍ରତିନିଧି ନାହାନ୍ତି। ତେଣୁ ଭାରତୀୟ ଆଇଏଏସ୍‌ ଅଧିକାରୀ ଅପର୍ଣ୍ଣା ସୁବ୍ରମଣ୍ୟମ୍‌ ଭୁଟାନର ପ୍ରତିନିଧିତ୍ୱ କରି ପକ୍ଷ ରଖିଥିଲେ। ଫଳରେ ଚାଇନାର ଯୋଜନା ଫସର ଫାଟି ଯାଇଛି। ସୂଚନାଯୋଗ୍ୟ, ଜୁନ୍‌ ୨ରେ ଚାଇନା ଏଭଳି ଦାବି କରିବା ପରେ ଭୁଟାନରେ ଲୋକେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri