ପୁଣି ଚାଇନାରେ ଫୁଟିଲା କରୋନା ବୋମା

ବେଜିଂ,୨୫।୧୧: ଚାଇନାରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ନଭେମ୍ବର ୨୫ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଚାଇନାରେ ୩୨,୯୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ତୁଳନାରେ ଏହା ୧୨୮୭ ଅଧିକ। ଲଗାତାର ଦ୍ୱିତୀୟ ଦିନ ଦେଶରେ ୩୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣର ଉଦ୍‌ବେଗଜନକ ବୃଦ୍ଧିକୁ ଦୃଷ୍ଟିରେ ରଖି ଲକଡାଉନ ଅବଧି ବୃଦ୍ଧି କରାଯାଇଛି। ଜୋଙ୍ଗଜୋଉର ଆଠଟି ଜିଲାର ସମୁଦାୟ ଜନସଂଖ୍ୟା ପ୍ରାୟ ୬.୬ ନିୟୁତ ଏବଂ ସେଠାରେ ଥିବା ଲୋକଙ୍କୁ ଗୁରୁବାର ଠାରୁ ପାଞ୍ଚ ଦିନ ସେମାନଙ୍କ ଘରେ ରହିବାକୁ କୁହାଯାଇଛି।
ଏହାପୂର୍ବରୁ ଗୁରୁବାର ୩୧,୪୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୨୦୧୯ରେ ଚାଇନାର ଉହାନ ସହରରେ ପ୍ରଥମ ସଂକ୍ରମଣ ପରଠାରୁ ଦେଶରେ ସର୍ବାଧିକ ଦୈନିକ ମାମଲା ରିପୋର୍ଟ ହୋଇଛି।

Share