Categories: ଜାତୀୟ

ଚାଇନାର ଷଡ଼ଯନ୍ତ୍ର: ଉତ୍ତର-ପୂର୍ବରେ ଉଗ୍ରବାଦୀ ସଂଗଠନକୁ ସହାୟତା

ନୂଆଦିଲ୍ଲୀ,୮।୧୧: ଭାରତ ଉତ୍ତର-ପୂର୍ବ ଅଞ୍ଚଳରେ ଉଗ୍ରବାଦ ବୃଦ୍ଧି ପାଇଁ ଚାଇନା ଷଡ଼ଯନ୍ତ୍ର ରଚିଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଦାଖରେ ଉତ୍ତେଜନା ସୃଷ୍ଟି ପରେ ଏବେ ଚାଇନା ଭାରତରେ ଅଶାନ୍ତି ବଢ଼ାଇବା ପାଇଁ ଉଗ୍ରବାଦୀ ସଂଗଠନଙ୍କୁ ସହାୟତା କରୁଛି। ୟୁନାଇଟେଡ୍‌ ଲିବରେଶନ୍‌ ଫ୍ରଣ୍ଟ୍‌ ଅଫ୍‌ ଅସୋମ ଇଣ୍ଡିପେଣ୍ଡେଣ୍ଟ୍‌ର ମୁଖ୍ୟ ପରେଶ ବରୁଆ ଚାଇନାର ଦକ୍ଷିଣ ଅଞ୍ଚଳର ରୁଇଲ୍‌ଠାରେ ନିଜ ଶିବିର ସ୍ଥାପନ କରିଥିବା ସୂଚନା କିଛିଦିନ ତଳେ ମିଳିଥିଲା। ସେହିପରି ଏହି ସଂଗଠନର ଟ୍ରେନିଂ ଶିବିର ମ୍ୟାନମାର୍‌ର ସାଙ୍ଗୈଗ୍‌ଠାରେ ରହିଛି। ମ୍ୟାନମାର୍‌ରେ ଆଶାନ୍ତି ବୃଦ୍ଧି ପାଇଁ ଚାଇନା ଉଗ୍ରବାଦୀ ସଂଗଠନକୁ ସହାୟତା କରୁଥିବା ଅଭିଯୋଗ ହୋଇଥିଲା। ଭାରତର ୁତ୍ତର-ପୂର୍ବ ଅଞ୍ଚଳରେ ୨୦ରୁ ଅଧିକ ଉଗ୍ରବାଦୀ ସଂଗଠନ ସକ୍ରିୟ ରହିଛନ୍ତିି। ୧୯୮୦ଠାରୁ ଚାଇନା ଉଗ୍ରବାଦୀ ସଂଗଠନକୁ ସହଯୋଗ କରୁଥିବା ଅଭିଯୋଗ ହୋଇଆସୁଛି। ଏବେ ଉଗ୍ରବାଦୀ ସଂଗଠନଗୁଡ଼ିକୁ ଚାଇନା ଆର୍ଥିକ ସହାୟତା ସହିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଥିବା ଗୋଇନ୍ଦା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share