ମାଳଦ୍ୱୀପରେ ଚାଇନାର ଷଡ଼ଯନ୍ତ୍ର ହେବ ବିଫଳ,ମୁଇଜ୍ଜୁଙ୍କ ବିଷବୋଳା ମନ୍ତବ୍ୟ ପରେ ମଧ୍ୟ ଭାରତ ଚାହୁଁଛି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ…

ମାଲେ,୪।୨ : ନୂଆଦିଲ୍ଲୀରେ ମାଳଦ୍ୱୀପ ଏବଂ ଭାରତ ଏକ ଉଚ୍ଚ ସ୍ତରୀୟ କୋର ଗ୍ରୁପ ବୈଠକ କରିଛନ୍ତି। ଏହି ବୈଠକରେ ପ୍ରସଙ୍ଗ ଥିଲା ଭାରତୀୟ ସୈନିକମାନଙ୍କୁ ମାଳଦ୍ୱୀପରୁ ପ୍ରତ୍ୟାହାର। ବୈଠକ ପରେ ଭାରତ ଏବଂ ମାଳଦ୍ୱୀପ ଦ୍ୱାରା ଜାରି ବିବୃତ୍ତିରେ ଭିନ୍ନତା ଦେଖାଦେଇଛି। ଭାରତୀୟବହିର୍ବ୍ୟାପର ମନ୍ତ୍ରଣାଳୟ ଏକ ପ୍ରେସ ବିଜ୍ଞପ୍ତିରେ କହିଛି ମାଳଦ୍ୱୀପବାସୀଙ୍କୁ ମାନବିକ ତଥା ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଭାରତୀୟ ବିମାନ ଚଳାଚଳ ପ୍ଲାଟଫର୍ମର ନିରନ୍ତର କାର୍ଯ୍ୟକୁ ସକ୍ଷମ କରିବା ପାଇଁ ଦୁଇ ଦେଶ ପାରସ୍ପରିକ ବ୍ୟବହାରିକ ସମାଧାନର ଏକ ସେଟ ସହ ସହମତ ହୋଇଛନ୍ତି।

ମାଳଦ୍ୱୀପ ବିବୃତ୍ତିରେ କହିଛି ୧୦ ମାର୍ଚ୍ଚ ୨୦୨୪ ସୁଦ୍ଧା ଭାରତ ତିନି ବିମାନ ଚଳାଚଳ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏରେ ସାମରିକ କର୍ମଚାରୀଙ୍କୁ ବଦଳାଇବ ଏବଂ ୧୦ ମେ ୨୦୨୪ ସୁଦ୍ଧା ଅନ୍ୟ ଦୁଇଟି ପ୍ଲାଟଫର୍ମରେ ସୈନିକଙ୍କୁ ବଦଳାଇବା କାର୍ଯ୍ୟ ଶେଷ କରିବ। ଭିଅନ ନ୍ୟୁଜ ରିପୋର୍ଟ ଅନୁଯାୟୀ, ଓଆରଏଫ ଥିଙ୍କ ଟ୍ୟାଙ୍କ ବିଶେଷଜ୍ଞ ଆଦିତ୍ୟ ଗୋୱଡାରା ଶିବମୂର୍ତ୍ତି କହିଛନ୍ତି ଯେ ’ଭାରତ-ମାଳଦ୍ୱୀପ’ ବିବୃତ୍ତି ସମ୍ପୂର୍ଣ୍ଣ ଭିନ୍ନ। କିନ୍ତୁ ଭାରତର ଆଭିମୁଖ୍ୟ ହେଉଛି ସେମାନେ କାମ କରିବାର ଉପାୟ ଖୋଜୁଛନ୍ତି। ତେବେ କହିଛନ୍ତି ସାମରିକ କର୍ମଚାରୀଙ୍କ ବଦଳି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ନାହିଁ।

ମାର୍ଚ୍ଚରେ ମାଳଦ୍ୱୀପରେ ନିର୍ବାଚନ ହେବାକୁ ଯାଉଛି। ମହମ୍ମଦ ମୁଇଜୁଜୁ ଏହାକୁ ଦୃଷ୍ଟିରେ ରଖି ଭାରତ ସହିତ ବିବାଦ କରୁଥାଇ ପାରନ୍ତି। କାରଣ ତାଙ୍କର ସମ୍ପୂର୍ଣ୍ଣ ରାଜନୀତି ଭାରତ ବିରୋଧୀ ଥିଲା। ତେବେ ମାଳଦ୍ୱୀପର ନୂତନ ପ୍ରଶାସନ ସହ ଆଲୋଚନାରେ ଗତ ୩-୪ ମାସ ମଧ୍ୟରେ ଭାରତ ଯଥେଷ୍ଟ ପ୍ରତିବନ୍ଧକ ଦେଖାଇଛି। ଚାଇନା ପ୍ରଭାବ ସମ୍ପର୍କରେ ସେ କହିଛନ୍ତି ବେଜିଂ ମୁଇଜ୍ଜୁଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛି। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଋଣ ଦେୟରେ ଅନୁଗ୍ରହ ଅବଧି କିପରି ପ୍ରଦାନ କରାଯିବ ସେନେଇ ଉଭୟ ଦେଶ ଅନୁସନ୍ଧାନ କରିବେ ଏବଂ ନିଷ୍ପତ୍ତି ନେବେ। ଏହାର ଅର୍ଥ ହେଉଛି ୨୦୨୮ମସିହାରେ କେଉଁ ସରକାର ଗଠନ ହେବ, ତାଙ୍କୁ ଏହାକୁ ଦେବାକୁ ପଡିବ। ଏହି କାରଣରୁ ଚାଇନାକୁ ଖୁସି କରିବା ପାଇଁ ମାଳଦ୍ୱୀପ ଭାରତ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିପାରେ।

ଆମେରିକା ଏବଂ ଅଷ୍ଟ୍ରେଲିଆ ମାଳଦ୍ୱୀପରେ ନିଜର ଦୂତାବାସ ଖୋଲିଛନ୍ତି। ତୁର୍କୀ ମଧ୍ୟ ମାଳଦ୍ୱୀପରେ ନିଜର ସ୍ଥିତି ବଢ଼ାଇଛି। ଏଭଳି ପରିସ୍ଥିତିରେ ଭାରତ ଜାଣେ ମାଳଦ୍ୱୀପରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରିବା ପାଇଁ ଏହା ଉପଯୁକ୍ତ ସମୟ ନୁହେଁ। କିନ୍ତୁ ଚାଇନାର ପ୍ରଭାବ ମଧ୍ୟ ଭାରତ ପାଇଁ ଏକ ରଣନୀତିକ ଚିନ୍ତା। ଶିବମୂର୍ତ୍ତି କହିଛନ୍ତି, ’ଯଦି ଚାଇନା ମାଲଦ୍ୱୀପକୁ ସମ୍ପୂର୍ଣ୍ଣ ଭାବେ ଅନୁପ୍ରବେଶ କରେ, ତେବେ ଏହା ଭାରତର ମିନିକୋଏ ଦ୍ୱୀପଠାରୁ କିଛି ଦୂରରେ ରହିବ । ଏହି କାରଣରୁ ଭାରତର ରଣନୀତିକ ଚିନ୍ତା ରହିଛି। ଏଥିରେ ଉଗ୍ରବାଦ ଏବଂ ଇସଲାମବାଦୀ କାରକ ଯୋଗ କରାଯିବାର ଆଶଙ୍କା ନେଇ ଭାରତ ଚିନ୍ତିତ। ଭାରତ ହାରିବାକୁ ଚାହେଁ ନାହିଁ। ମାଳଦ୍ୱୀପକୁ ବଜେଟ ଆବଣ୍ଟନ ଦର୍ଶାଉଛି ଭାରତ ନୂତନ ସରକାର ସହ ସମ୍ପର୍କ ସ୍ଥାପନ କରିବାକୁ ଆଗ୍ରହୀ। ମାଳଦ୍ୱୀପରେ ସହଯୋଗ ପାଇଁ ଭାରତ ପ୍ରସ୍ତୁତ, କିନ୍ତୁ ମୁଇଜ୍ଜୁ ସରକାର ସୀମାରେଖା ଅତିକ୍ରମ କରନ୍ତୁ ଭାରତ ଚାହେଁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri