ପାଇଲଟ-କ୍ର୍ୟୁ ମେମ୍ବରଙ୍କୁ ଡାଏପର ପିନ୍ଧିବାକୁ ପରାମର୍ଶ ଦେଲେ ସରକାର

ବେଜିଂ,୧୦।୧୨: ନିଜ ଦେଶର ପାଇଲଟ ଓ କ୍ର୍ୟୁ ମେମ୍ବରଙ୍କୁ ଡାଏପର ପିନ୍ଧିବାକୁ ପରାମର୍ଶ ଦେଲା ଚାଇନା। କରୋନା ଭାଇରସ୍‌ ସଂକ୍ରମଣର ଭୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଚାଇନାର ବେସାମରିକ ବିମାନ ଚଳାଚଳ ସଂସ୍ଥା। ଯେଉଁ ସ୍ଥାନରେ କରୋନା ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ରହିଛି, ସେଠାରେ ଶୌଚାଳୟ ବ୍ୟବହାର ନ କରିବାକୁ ଉକ୍ତ ସଂସ୍ଥା ପକ୍ଷରୁ ପାଇଲଟ ଓ କ୍ର୍ୟୁ ମେମ୍ବରଙ୍କୁ କୁହାଯାଇଛି। ଏହାଦ୍ୱାରା କରୋନା ସଂକ୍ରମଣ ଆଶଙ୍କା କମ୍‌ ରହିବ। କରୋନା ସଂକ୍ରମଣକୁ ରୋକିବା ପାଇଁ ଏୟାରଲାଇନ୍ସ ପକ୍ଷରୁ ୩୮ପୃଷ୍ଠା ବିଶିଷ୍ଟ ଏକ ଗାଇଡ୍‌ଲାଇନ ଜାରି କରାଯାଇଛି। ଯେଉଁ ଦେଶ କିମ୍ବା ଅଞ୍ଚଳରେ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଜନସଂଖ୍ୟା ରହିଥିବେ ତନ୍ମଧ୍ୟରୁ ୫ଶହରୁ ଊର୍ଦ୍ଧ୍ୱ କରୋନା କେସ୍‌ ରହିଥିବ, ସେଠାକୁ ଯିବା ସମୟରେ ଚାର୍ଟର ବିମାନ ଏହି ପରାମର୍ଶ ପାଳନ କରିବ। ଏହି ସମୟରେ ଡାଏପର ପିନ୍ଧିବାକୁ ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିସହ ସ୍ବଚ୍ଛତା ଉପରେ ମଧ୍ୟ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି।

Share