Categories: ବାଣିଜ୍ୟ

ପେଟିଏମ୍‌ ଅଂଶଧନ ବିକିପାରେ ଚାଇନାର ଆଣ୍ଟ ଗ୍ରୁପ

ନୂଆଦିଲ୍ଲୀ: ଚାଇନାର ଆଣ୍ଟ ଗ୍ରୁପ ଭାରତୀୟ କମ୍ପାନୀ ପେଟିଏମ୍‌ରେ ରହିଥିବା ଏହାର ଅଂଶଧନକୁ ବିକ୍ରି କରିବା ଲାଗି ବର୍ତ୍ତମାନ ବିଚାର କରୁଛି। ଭାରତ-ଚାଇନା ମଧ୍ୟରେ ଉପୁଜିଥିବା ତିକ୍ତତା ଯୋଗୁ କମ୍ପାନୀ ଏଭଳି କରିବ ବୋଲି ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। ସୂଚନା ଯୋଗ୍ୟ, ପେଟିଏମ୍‌ରେ ଆଣ୍ଟ ଗ୍ରୁପର ୩୦% ଅଂଶଧନ ରହିଛି। ଏ ନେଇ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଏବେ ଯାଏ ଜାରି ହୋଇନାହିଁ। ଅପରପକ୍ଷରେ କେତେ ଟଙ୍କାର ଡିଲ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପେଟିଏମ୍‌ରେ ଅନ୍ୟ ଅଂଶୀଦାରଙ୍କ ମଧ୍ୟରେ ସଫ୍ଟବ୍ୟାଙ୍କ ମଧ୍ୟ ରହିଛି। ଏହା ଉପରେ ପେଟିଏମ୍‌ ଏବଂ ଆଣ୍ଟ ଗ୍ରୁପର ପ୍ରତିକ୍ରିୟା ଲୋଡାଯାଇଥିଲା। ଏହି ଖବରର କୌଣସି ସତ୍ୟତା ନାହିଁ ବୋଲି ଉଭୟ ଗ୍ରୁପ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Share