ମହାକାଶକୁ ମାଙ୍କଡ଼ ପଠାଇବ ଚାଇନା

ବେଜିଂ, ୭।୧୧: ଉଦ୍ୟୋଗ ଓ ଟେକ୍ନୋଲୋଜି କ୍ଷେତ୍ରରେ ଆଗୁଆ ଥିବା ଚାଇନା ମହାକାଶ ଗବେଷଣା କ୍ଷେତ୍ରରେ ମଧ୍ୟ କୌଣସିମତେ ପଛୁଆ ନୁହେଁ। ଚାଇନା ବୈଜ୍ଞାନୀମାନେ ନୂଆକରି ଲଞ୍ଚ କରିଥିବା ଟିଆଙ୍ଗୋଙ୍ଗ୍‌ ସ୍ପେସ୍‌ ଷ୍ଟେଶନରେ ମହାକାଶକୁ ମାଙ୍କଡ଼ ପଠାଇବା ନେଇ ଯୋଜନା କରୁଛନ୍ତି। ଶୂନ୍ୟ ମାଧ୍ୟାକର୍ଷଣ ଶକ୍ତିରେ ମାଙ୍କଡ଼ମାନେ କିଭଳି ଜୀବନଯାପନ କରିବେ ଏବଂ ସେଠାରେ ସେମାନଙ୍କ ପ୍ରଜନନ କ୍ଷମତା କିପରି ରହିବ ସେ ଦିଗରେ ଗବେଷଣା କରାଯିବ।

ମହାକାଶରେ ଜୀବ ବିଜ୍ଞାନ ଉପରେ ଅଧ୍ୟୟନ ଏହାର ମୁଖ୍ୟ କାରଣ ବୋଲି ରିସର୍ଚ୍ଚ ମୁଖ୍ୟ ଝାଙ୍ଗ ଲୁ କହିଛନ୍ତି। ପୂର୍ବଦିନରେ ମାଛ ଓ ଗେଣ୍ଡାକୁ ନେଇ ଏଦିଗରେ ଗବେଷଣା କରାଯାଇଛି। ଏହାଦ୍ୱାରା ମହାକାଶ ବାତାବରଣ ବିଷୟରେ ଅଧିକ ତଥ୍ୟ ହସ୍ତଗତ କରାଯାଇପାରିବ। ଅନ୍ୟପକ୍ଷେ ଜୀବମାନଙ୍କ ଶରୀର ଆକାରକୁ ନେଇ ସ୍ପେସ୍‌ରେ ଜୀବ ବିଜ୍ଞାନ ଅଧ୍ୟୟନ ଉପରେ ଅଧିକ ରିସର୍ଚ୍ଚ ସମ୍ଭବପର ।
ମାଙ୍କଡ଼ ଓ ମନୁଷ୍ୟ ପ୍ରକୃତିରେ ଅନେକ ସାମଞ୍ଜସ୍ୟ ରହିଥିବାରୁ ଏହି ଗବେଷଣା ଲାଭଦାୟକ ହେବ ବୋଲି ସିଙ୍ଘୁଆ ୟୁନିଭର୍ସିଟିର ପ୍ରଫେସର୍‌ କେହକୁଇ କି ମତ ପ୍ରକାଶ କରିଛନ୍ତି।

Share