Categories: ଜାତୀୟ

ବୁଦ୍ଧି ଶିଖିବ ଚାଇନା: ଏବେ ଏସବୁ ସଂସ୍ଥା ଉପରେ ମୋଦି କରିବେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌…

ନୂଆଦିଲ୍ଲୀ,୨।୮: ଭାରତ ସରକାର ଚାଇନାର ୧୦୦ରୁ ଅଧିକ ଆପ୍‌କୁ ବ୍ୟାନ୍‌ କରିଛନ୍ତି। ଏହା ସହିତ ଚାଇନା କମ୍ପାନୀକୁ ଦିଆଯାଇଥିବା ବହୁ ଠିକାକୁ ମଧ୍ୟ ରଦ୍ଦ କରାଯାଇଛି। ଏବେ ଚାଇନାକୁ ବୃଦ୍ଧି ଶିଖାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଣ୍ଟା ଭିଡ଼ିଛନ୍ତି। ଚାଇନା ସହିତ ସମ୍ପର୍କ ରଖୁଥିବା ଦେଶର ଶିକ୍ଷାସଂସ୍ଥା ଗୁଡ଼ିକ ଉପରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ଦେଶର ଉଚ୍ଚ ଶିକ୍ଷା ସଂସ୍ଥାରେ କନଫୁସିୟସ୍‌ ସଂସ୍ଥାନର ପ୍ରଭାବ ସମାପ୍ତ କରିବା ଲାଗି ସରକାର ଚିନ୍ତା କରୁଛନ୍ତି। ସୁରକ୍ଷା ଏଜେନ୍ସିର ସତର୍କ ସୂଚନା ମିଳିବା ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଚାଇନା ପ୍ରଭାବକୁ ନେଇ ୭ କଲେଜ ଏବଂ ବିଶ୍ୱବିଦ୍ୟାଳୟର ସମୀକ୍ଷା କରାଯିବ ବୋଲି କୁହାଯାଉଛି। ସେସବୁ ମଧ୍ୟରେ ଆଇଆଇଟି, ବିଏଚ୍‌ୟୁ, ଜେଏନ୍‌ୟୁ ଏବଂ ଚାଇନାର ସଂସ୍ଥା ରହିଛି। ଏସବୁ ସଂସ୍ଥା ସହିତ ଶିକ୍ଷା ମନ୍ତ୍ରଣାଳୟର ହୋଇଥିବା ୫୪ ଏମ୍‌ଓୟୁର ସମୀକ୍ଷା କରାଯିବ ବୋଲି କୁହାଯାଉଛି। ଏନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ଏବଂ ୟୁଜିସିକୁ ଏକ ଅଧିସୂଚନା ମଧ୍ୟ ଜାରି କରାଯାଇଛି। ଭାରତରେ ଥିବା କନଫୁସିୟସ୍‌ ସଂସ୍ଥା ମଧ୍ୟରେ ଗୁରୁଗ୍ରାମ୍‌ର କେ.ୟାର୍‌. ମଙ୍ଗଳମ୍‌ ବିଶ୍ୱବିଦ୍ୟାଳୟ, ଜଳନ୍ଧରର ଲଭଲି ପ୍ରଫେସନାଲ୍‌ ୟୁନିଭରସିଟି, ମୁମ୍ବାଇ ବିଶ୍ୱବିଦ୍ୟାଳୟ, ଭେଲୋର ପ୍ରାଦ୍ୟୋଗିକ ସଂସ୍ଥାନ, ସୋନିପତର ଓ.ପି. ଜିନ୍ଦଲ ଗ୍ଲୋବାଲ ୟୁନିଭରସିଟି, କୋଳକାତାର ସ୍କୁଲ ଅଫ୍‌ ଚାଇନିଜ୍‌ ଲାଙ୍ଗୁଏଜ୍‌ ଏବଂ କୋଏମ୍ବାଟୁରର ଭାରଥୀୟର ବିଶ୍ୱବିଦ୍ୟାଳୟ ରହିଛି। ଜେଏନ୍‌ୟୁ ସହିତ ମଧ୍ୟ ଏମ୍‌ଓୟୁ ହୋଇଥିବା କୁହାଯାଉଛି।

Share