Posted inଜାତୀୟ

ବାଂଲାଦେଶ ଉପରେ ଚାଇନା ନଜର, ଭାରତ ପାଇଁ ସତର୍କ ଘଣ୍ଟି…

ନୂଆଦିଲ୍ଲୀ,୨୪।୧୦: ପାକିସ୍ତାନ, ନେପାଳ, ଶ୍ରୀଲଙ୍କା, ମ୍ୟାନ୍‌ମାର ଏବଂ ଭୁଟାନରେ ନିଜର ବିସ୍ତାରବାଦୀ କାର୍ଯ୍ୟ ଜାରି ରଖିଥିବା ଚାଇନାରର ନଜର ଏବେ ବାଂଲାଦେଶ ଉପରେ ପଡ଼ିଛି। ବାଂଲାଦେଶରେ ପ୍ରସ୍ତାବିତ ବେଲ୍ଟ ଏବଂ ରୋଡ ପ୍ରକଳ୍ପ ଉପରେ ଚାଇନା କାମ ଆରମ୍ଭ କରିଛି। ଏହି ପ୍ରକଳ୍ପ ଅନ୍ତର୍ଗତ ଚାଇନା ବାଂଲାଦେଶରେ ଏକ ଆନ୍ତର୍ଜାତୀୟ ସ୍ତରର ପ୍ରଦର୍ଶନୀ କେନ୍ଦ୍ର ନିର୍ମାଣ କରିଛି। ଏହାକୁ ପ୍ରଧାନମନ୍ତ୍ରୀ ଶେଖ ହସିନା ଶୁକ୍ରବାର ଉନ୍ମୋଚନ କରିଛନ୍ତି। ବେଲ୍ଟ ଏବଂ ରୋଡ ପ୍ରକଳ୍ପ ଅଧୀନରେ ବାଂଲାଦେଶର ଅନେକ ଜିଲାରେ ରାସ୍ତା ଓ ସେତୁ ନିର୍ମାଣ ହେବାକୁ ଯାଉଛି।

ଏହି ପ୍ରକଳ୍ପରେ ଚାଇନା କୋଟି କୋଟି ଟଙ୍କା ବିନିଯୋଗ କରିଛି। ଚାଇନାର ବିଶେଷଜ୍ଞମାନେ ଏହାକୁ ନିର୍ମାଣ କରୁଛନ୍ତି। ଏହା ପ୍ରଥମ ଘଟଣା ନୁହେଁ ଯେ ଚାଇନା ଭାରତର ପଡୋଶୀ ଦେଶ ସହ ଘନିଷ୍ଠତା ବୃଦ୍ଧି କରିବାକୁ ଚେଷ୍ଟା କରିଛି। ନେପାଳ, ଶ୍ରୀଲଙ୍କା ଏବଂ ଭୁଟାନର ନିକଟତର ହେବାକୁ ଚାଇନା ପୂର୍ବରୁ ପଦକ୍ଷେପ ନେଇଛି। ପାକିସ୍ତାନ ଉପରେ ଚାଇନାର ଋଣ ବୋଝ ରହିଛି। ଅପରପକ୍ଷରେ ଚାଇନା ଏବଂ ଭାରତ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି। ପ୍ରଥମେ ଗଲୱାନ ଏବଂ ପରେ ଡୋକଲାମରେ କ୍ରମାଗତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି।

ଭାରତ ସହ ମୁହାଁମୁହିଁ ହେବା ଏବଂ ଚାଇନା ପାକିସ୍ଥାନ, ନେପାଳ, ଶ୍ରୀଲଙ୍କା, ଭୁଟାନ, ମ୍ୟାନ୍‌ମାର ପରେ ଏବେ ବର୍ତ୍ତମାନ ବାଂଲାଦେଶର ନିକଟତର ହେବାକୁ ଷଡ଼ଯନ୍ତ୍ର ରଚିଛି। ଏହା ଭାରତ ପାଇଁ ସର୍ତକ ଘଣ୍ଟି ସାବ୍ୟସ୍ତ ହୋଇଛି।
ବାଂଲାଦେଶର ଅଧିକାଂଶ ସୀମା ଭାରତ ସହିତ ଲାଗି ରହିଛି। କିଛି ଅଂଶ ମଧ୍ୟ ମିଆଁମାର ପାର୍ଶ୍ୱରେ ଅଛି। ପ୍ରତିରକ୍ଷା ବିଶେଷଜ୍ଞ ତଥା ଅବସରପ୍ରାପ୍ତ ଚିଫ୍‌ ଭାଇସ୍‌ ଏୟାର ମାର୍ଶଲ ଆର୍‌.ସି. ବାଜପେୟୀ କହିଛନ୍ତି ଯେ, ବାଂଲାଦେଶର ଅନେକ ସହରରେ ରାସ୍ତା ଓ ସେତୁ ନିର୍ମାଣ ଦାୟିତ୍ୱ ଚାଇନା ନେଇଛି। ଗୋଟିଏ ପ୍ରକା କହିବାକୁ ଗଲେ ଚାଇନାର ଲୋକମାନେ ବାଂଲାଦେଶରେ ପ୍ରବେଶ କରିସାରିଛନ୍ତି।

ଯୋଜନା ଅନ୍ତର୍ଗତ ଭାରତୀୟ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ଅନେକ ରାସ୍ତା ନିର୍ମାଣ କରାଯିବ। ଭାରତ ଉପରେ ନଜର ରଖିବା ପାଇଁ ଚାଇନା ଜାଣିଶୁଣି ଏପରି କରୁଛି। ଚାଇନା ପୂର୍ବରୁ ଭାରତର ଉତ୍ତର-ପୂର୍ବ ରାଜ୍ୟ ଉପରେ ନଜର ରଖିଛି। ଯଦି ଚାଇନା ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ଏହିପରି ମଜବୁତ ହୁଏ, ତେବେ ଆଗାମୀ ଦିନରେ ଏହା ଭାରତ ପାଇଁ ଏକ ସମସ୍ୟା ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି।

ଋଣ ଏବଂ ଭିତ୍ତିଭୂମି ବିକାଶ ନାମରେ ଚାଇନା ସବୁବେଳେ ଅନ୍ୟ ଦେଶକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ଆସିଛି। ବାଂଲାଦେଶ ସହିତ ମଧ୍ୟ ସମାନ କୌଶଳ ପ୍ରୟୋଗ ହୋଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri