ଟ୍ରମ୍ପଙ୍କ ଚୌକି ହଟାଇବାକୁ ଚାହୁଁଛି ଚାଇନା, ଜାଣନ୍ତୁ କାହିଁକି

ବେଜିଂ,୮ା୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଥରେ କ୍ଷମତା ପାଇବେ କି ନାହିଁ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷରେ ଆମେରିକାରେ କରୋନା ଭାଇରସ ବୃଦ୍ଧି ପାଇବାରେ ଲାଗିଛି। ଏହା ସହିତ ଆମେରିକା-ଚାଇନା ସମ୍ପର୍କରେ ମଧ୍ୟ ତିକ୍ତତା ସୃଷ୍ଟି ହୋଇଛି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଚାଇନା ଚାହୁଁନାହିଁ ଟ୍ରମ୍ପ ପୁନର୍ବାର ଆମେରିକାର ରାଷ୍ଟ୍ରପତି ହୁଅନ୍ତୁ ବୋଲି। ଏଥିପାଇଁ ଚାଇନା ମଧ୍ୟ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି।

ଓ୍ବିଲିୟମ୍‌ କହିଛନ୍ତି ଯେ, ଟ୍ରମ୍ପଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଜୋ. ବିଡେନଙ୍କ ବିରୋଧରେ କାର୍ଯ୍ୟ କରୁଛି ଏବଂ ସେ ବହୁତ ସକ୍ରିୟ ଅଛନ୍ତି। ରୁଷିଆ ମଧ୍ୟ ଟ୍ରମ୍ପଙ୍କ ଭାବମୂର୍ତ୍ତିକୁ ଅଧିକ ସ୍ବଚ୍ଛ କରିବାକୁ ଚେଷ୍ଟା କରୁଛି। କିନ୍ତୁ ଚାଇନା ଚାହୁଁନାହିଁ ଯେ, ଟ୍ରମ୍ପ ପୁନର୍ବାର ଆମେରିକାର ରାଷ୍ଟ୍ରପତି ହୁଅନ୍ତୁ। ନଭେମ୍ବର ୨୦୨୦ ନିର୍ବାଚନରେ ହସ୍ତକ୍ଷେପ ତଥା ଚାଇନାର ସ୍ବାର୍ଥକୁ ବିରୋଧ କରୁଥିବା ରାଜନେତାଙ୍କ ଉପରେ ଚାପ ପକାଇବା ପାଇଁ ଚାଇନା ଶତଚେଷ୍ଟା କରୁଛି ବୋଲି ଓ୍ବିଲିୟମ୍‌ କହିଛନ୍ତି। ଏଥିସହିତ ଇରାନ ମଧ୍ୟ ଟ୍ରମ୍ପଙ୍କୁ ପରାସ୍ତ କରିବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି।

Share