Categories: ଜାତୀୟ

ବୌଦ୍ଧ ଧର୍ମକୁ ସମାପ୍ତ କରିବାକୁ ଚାହୁଁଛି ଚାଇନା, ଏହାକୁ ଜହର ଭଳି ବିବେଚନା କରୁଛି: ଦଲାଇ ଲାମା…

ବୋଧଗୟା,୧।୧ : ଦଲାଇ ଲାମା ଚାଇନାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଚାଇନ ବୌଦ୍ଧ ଧର୍ମକୁ ଏକ ଜହର ବୋଲି ବିବେଚନା କରୁଛି ଏବଂ ଏହାକୁ ସମାପ୍ତ କରିବାକୁ ଚେଷ୍ଟା କରୁଛି। ପଦ୍ମାସମ୍ବଭଙ୍କ ପ୍ରତିମୂର୍ତ୍ତି ବିଷୟରେ ଦଲାଇ ଲାମା କହିଛନ୍ତି ଯେ ମାର୍ଚ୍ଚରେ ଚାଇନାର କମ୍ୟୁନିଷ୍ଟ ସରକାର ଏହାକୁ ଭାଙ୍ଗି ଦେଇଛନ୍ତି। ଡିସେମ୍ବର ୨୦୨୧ ପରେ ଏହା ହେଉଛି ଏଭଳି ତୃତୀୟ ଘଟଣା ।

ବୋଧଗୟା ଠାରେ ଆୟୋଜିତ ତିନି ଦିନିଆ କାର୍ଯ୍ୟକ୍ରମର ଶେଷ ଦିନରେ ସେ କହିଛନ୍ତି ଯେ କେବଳ ବୌଦ୍ଧ ଧର୍ମକୁ ଧ୍ୱଂସ କରିବା ପାଇଁ ଚାଇନାରେ ବୌଦ୍ଧ ମଠଗୁଡିକ ଧ୍ୱଂସ କରାଯାଇଥିଲା।

ବୌଦ୍ଧ ଧର୍ମକୁ ଧ୍ୱଂସ କରିବାକୁ ଚାଇନା ସରକାର ଯେତେ ଥର ଚେଷ୍ଟା କଲେ ବି ଏହା ସଫଳ ହେବ ନାହିଁ। ସେ କହିଛନ୍ତି ଯେବୌଦ୍ଧ ଧର୍ମକୁ ଦେଶ ବାହାରକୁ ବାହାର କରିବା ପାଇଁ ଏକ ସମ୍ପୂର୍ଣ୍ଣ ଅଭିଯାନ ଚାଲିଛି। ମଙ୍ଗୋଲିଆ ଏବଂ ଚାଇନା ଟ୍ରାନ୍ସ ହିମାଳୟ ଅଞ୍ଚଳରେ ବୌଦ୍ଧ ଧର୍ମ ଉପରେ ବିଶ୍ୱାସ କରୁଥିବା ବହୁ ଲୋକ ଅଛନ୍ତି। ଚାଇନା ସରକାର ନିଜଚ ହୀନ ଉଦ୍ଦେଶ୍ୟ ପୂରଣ କରିବାକୁ କେବେ ମଧ୍ୟ ସମର୍ଥ ହେବେ ନାହିଁ ବୋଲି ସେ କହିଛନ୍ତି।

Share