ଲୋକଙ୍କ ଜୀବନ ସହ ଖେଳୁଛି ଚାଇନା: ବିନା ଟ୍ରାଏଲରେ ୧୦ ହଜାର ଲୋକଙ୍କୁ ଦେଲା କରୋନା ଟିକା!

ବେଜିଂ,୨୮ ।୯: ଗୋଟିଏ ପଟେ କରୋନା ସଂକ୍ରମଣରେ ସାରା ବିଶ୍ୱ ଦୋହଲି ଯାଇଥିବା ବେଳେ ଅନ୍ୟପଟେ ଏହି ମହାମାରୀ କବଳରୁ ରକ୍ଷା ପାଇବାକୁ ଟିକା ପ୍ରସ୍ତୁତି କାମରେ ଲାଗି ପଡିଛନ୍ତି ପ୍ରାୟ ସମସ୍ତ ବିକାଶଶୀଳ ଦେଶ । ହେଲେ ଚାଇନାରୁ ଆସିଥିବା ଏହି ଭାଇରସକୁ ନେଇ ଏବେବି ଚାଇନା ଖାମଖିଆଲ ନୀତି ଅବଲମ୍ବନ କରୁଥିବା ଦେଖାଯାଇଛି । ଶୁଣିବାକୁ ମିଳିଛି ବିନା ଟ୍ରାଏଲରେ ଏବେ ଚାଇନା ପାଖାପାଖି ୧୦ ହଜାର ଲୋକଙ୍କୁ କରୋନା ଟିକା ଦେଇଛି । ବିଶେଷ ସୂତ୍ରରୁ ମିଳିଥିବା ଖବରରୁ ଜଣାପଡିଛି କି ଚାଇନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଆବଶ୍ୟକ ସେବା ଯୋଗାଇ ଦେଉଥିବା ଲୋକେ, ଫାର୍ମାସ୍ୟୁଟିକାଲ ଫାର୍ମ, ସୁପର ମାର୍କେଟର କର୍ମଚାରୀ ଓ ଶିକ୍ଷକ ସମେତ ସଂକ୍ରମିତ ଅଞ୍ଚଳ ଗସ୍ତ କରୁଥିବା ଲୋକଙ୍କୁ ଚାଇନା ୩ଟି କରୋନା ଟିକା ଦେଇଛି । କୁହାଯାଉଛି କି ଅଧିକାରୀମାନେ ଔପଚାରିକ ପରୀକ୍ଷଣ ପୂର୍ବରୁ ଟିକାକୁ ବହୁ ଲୋକଙ୍କୁ ଦେଇ ଏହାର ଫଳାଫଳ ସମ୍ପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଡ୍ରାଗନର ଏହି ପଦକ୍ଷେପକୁ ଦେଖି ସାରା ବିଶ୍ୱର ବିଶେଷଜ୍ଞମାନେ ଚିନ୍ତାରେ ପଡି ଯାଇଛନ୍ତି । ଏହାକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଚାଇନା ଏମିତି ଭାବେ ଭଲ ଟିକା ପ୍ରସ୍ତୁତ କରିଥିବା ଦାବି କରିପାରେ । ହେଲେ ଏହା ସିଧାସଳଖ ଲୋକଙ୍କ ଜୀବନ ସହ ଏକ ପ୍ରକାର ଖେଳ ଖେଳୁଛି ଚାଇନା । ଏମାନଙ୍କ ମତରେ ବିନା ମଞ୍ଜୁରୀ ପ୍ରାପ୍ତ ଟିକା ଲୋକଙ୍କୁ ଦେବା ଫଳରେ ଏହାଦ୍ୱାରା ନକରାତ୍ମକ ପ୍ରଭାବ ମଧ୍ୟ ପଡିପାରେ । ଏମିତିବି ହେଇଥାଇପାରେ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇ ନ ଥିବ ଓ ଏହାଦ୍ୱାରା ପୁଣି ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇବ । ତେବେ ମଞ୍ଜୁରୀ ପାଇବା ପରେ ଟିକା ପ୍ରଥମେ ସ୍ୱେସ୍ଥାସେବୀଙ୍କୁ ଦିଆଯିବା କଥା ହେଲେ ଚାଇନା ଏହାକୁ ସାଧାରଣ ଲୋକଙ୍କୁ ଦେବା ଅର୍ଥ ସେ ଲୋକଙ୍କ ଜୀବନ ସହ ସିଧାସଳଖ ଖେଳ ଖେଳୁଛି । ତେବେ ଏପର୍ଯ୍ୟନ୍ତ କେତେ ଲୋକଙ୍କୁ ଏହି ଟିକା ଦିଆଯାଇଛି ତାହା ଚାଇନା ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ହେଲେ ବେଜିଂ ସ୍ଥିତ କମ୍ପାନୀ ସିନୋବ୍ୟାକ ପହିଛି ସହରରେ ପାଖାପାଖି ୧୦ ହଜାର ଲୋକଙ୍କୁ ବିନା ଟ୍ରାଏଲରେ କରୋନା ଟିକା ଦିଆଯାଇଛି । ଏହାସହ ଉକ୍ତ କମ୍ପାନୀର ପାଖାପାଖି ୩ ହଜାର କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଏହି ଟିକା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri