ଉଇଗୁରୁ ମୁସଲମାନ ପ୍ରସଙ୍ଗ ନେଇ ଚାଇନା-ତୁର୍କୀ ମୁହାଁମୁହିଁ…

ବେଜିଂ/ଇସ୍ତାନବୁଲ,୪।୧ : ଉଇଗୁରୁ ମୁସଲମାନ ପ୍ରସଙ୍ଗରେ ଚାଇନା ଏବଂ ତୁର୍କୀ ପୁଣି ମୁହାଁମୁହିଁ ହୋଇଛନ୍ତି। ଚାଇନା ତୁର୍କୀ ରାଷ୍ଟ୍ରଦୂତଙ୍କୁ ଶିନଝିଆଙ୍ଗ ପ୍ରଦେଶ ପରିଦର୍ଶନ କରିବାକୁ ଅନୁମତି ଦେବାକୁ ମନା କରିବା ପରେ ପୁଣିଥରେ ବିବାଦ ଉପୁଜିଛି। ଅଭିଯୋଗ ହୋଇଛି ଯେ ଚାଇନା ଶିନଝିଆଙ୍ଗ ପ୍ରଦେଶରେ ଅନେକ ଡିଟେନଶନ କେନ୍ଦ୍ର ସ୍ଥାପନ କରିଛି, ଯେଉଁଠାରେ ଉଇଗୁରୁ ମୁସଲମାନମାନଙ୍କୁ ନିର୍ଯାତନା ଦିଆଯାଉଛି।

ପାଶ୍ଚାତ୍ୟ ଗଣମାଧ୍ୟମ ଦାବି କରିଛି ଯେ ଚାଇନା ଶିନଝିଆଙ୍ଗ ପ୍ରଦେଶରେ ଉଇଗୁରୁ ମୁସଲମାନମାନଙ୍କୁ ଅତ୍ୟାଚାର କରୁଛି। ଏହି କାରଣ ହେଉଛି ଯେତେବେଳେ ତୁର୍କୀ ରାଷ୍ଟ୍ରଦୂତ ସେଠାକୁ ଯାଇ ମୁସଲମାନମାନଙ୍କର ସ୍ଥିତି ଜାଣିବାକୁ ଚାହୁଁଥିବାରୁ ଚାଇନା ତାଙ୍କୁ ସେଠାକୁ ଯିବାକୁ ଦେଇ ନ ଥିଲା।

ତୁର୍କୀ ଅଭିଯୋଗ କରିଛି ଯେ ଏଭଳି କରି ଚାଇନା ଉଇଗୁରୁ ମୁସଲମାନମାନଙ୍କର ସତ୍ୟକୁ ବିଶ୍ୱରୁ ଲୁଚାଇବାକୁ ଚାହୁଁଛି।
ତୁର୍କୀ ସହିତ ସୀମାବର୍ତ୍ତୀ ଚାଇନାର ଶିନଝିଆଙ୍ଗ ପ୍ରଦେଶରେ କୋଟିଏରୁ ଅଧିକ ମୁସଲମାନ ବାସ କରନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ସଂଖ୍ୟାଲଘୁ ଉଇଗୁରୁ ମୁସଲମାନ। ଉଇଗୁରମାନେ ନିଜକୁ ଚାଇନାର ମୂଳ ବାସିଦା ବୋଲି ଭାବନ୍ତି।
ଅଭିଯୋଗ ହେଉଛି ଯେ ଚାଇନା ସରକାର ୨୦୧୭ ମସିହାରୁ ଏକ ଲକ୍ଷରୁ ଅଧିକ ମୁସଲମାନଙ୍କୁ ଶରଣାର୍ଥୀ ଶିବିରରେ ଅଟକ ରଖିଛନ୍ତି। ବନ୍ଦୀମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଉଇଗୁର୍‌ ମୁସଲମାନ। ସେମାନେ ମୁଖ୍ୟତଃ ତୁର୍କୀ ଭାଷାଭାଷୀ ।

Share