ଯୁଦ୍ଧ ମୁହାଁ ଚାଇନା-ତାଇଓ୍ବାନ…

ବେଜିଂ/ତାଇପେଇ,୧୭।୧୧ : ଚାଇନା ଏବଂ ତାଇୱାନର ପ୍ରତିରକ୍ଷା ପ୍ରସ୍ତୁତି ଜୋରଦାର ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଯୁଦ୍ଧ ମୁହାଁ ହେଊଥିବା ଏକ ଗଣମାଧ୍ୟମ ରିପୋର୍ଟରେ ବଡ଼ ଦାବି କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ତାଇୱାନକୁ ନିଜ ଦେଶ ସହ ମିଳିତ କରିବା ଉଦ୍ଦେଶ୍ୟରେ ଚାଇନା ନିଜର ସାମରିକ କାର୍ଯ୍ୟକଳାପ ବୃଦ୍ଧି କରିଛି। ଏହାକୁ ଦୃଷ୍ଟିରେ ରଖି ତାଇପେଇ ଏହାର ପ୍ରତିରକ୍ଷା ତଥା ଯୁଦ୍ଧ ପରିସ୍ଥିତିରେ ପରିସ୍ଥିତିର ମୁକାବିଲା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି।

ଚାଇନା ଏବଂ ତାଇୱାନର ପ୍ରତିରକ୍ଷା ପ୍ରସ୍ତୁତି ସମ୍ପର୍କରେ ସିଙ୍ଗାପୁର ପୋଷ୍ଟ ଏକ ରିପୋର୍ଟ ଦେଇଛି। ଏଥିରେ ଦର୍ଶାଯାଇଛି ଯେ ଚାଇନା ନିଜ ଉଦ୍ଦେଶ୍ୟକୁ ପୂରଣ କରିବା ପାଇ ତାଇପେଇ ନିଜର ସାମରିକ ପ୍ରସ୍ତୁତି ଆରମ୍ଭ କରିଛି। ଏହାପୂର୍ବରୁ ରବିବାର ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ବେଜିଂକୁ ଚେତାବନୀ ଦେଇଛନ୍ତି ଯେ ଏହି ଦ୍ୱୀପ ତାଇୱାନର ଲୋକଙ୍କର। ଚାଇନାର ନାମ ନ ନେଇ ସେ କହିଛନ୍ତି ଯେ ତାଇୱାନର ଅସ୍ତିତ୍ୱ କାହା ପାଇଁ ଉତ୍ତେଜନାପୂର୍ଣ୍ଣ ନୁହେଁ।

ତାଇୱାନର ସ୍ଥାନୀୟ ମିଡିଆ ପୋଷ୍ଟ ଆଧାରରେ ସିଙ୍ଗାପୁର ପୋଷ୍ଟ ଏହି ଖବର ଦେଇଛି। ଏଥିରେ ଦର୍ଶାଯାଇଛି ଯେ ତାଇୱାନ ବୃହତ ସାମରିକ ପ୍ଲାଟଫର୍ମ ଏବଂ ଯୁଦ୍ଧ ବିମାନ ଏବଂ ନୌସେନା ଜାହାଜ ଭଳି ସିଷ୍ଟମ କିଣିବା ପରିବର୍ତ୍ତେ ଛୋଟ ଜାହାଜ ବିରୋଧୀ ଅସ୍ତ୍ରଶସ୍ତ୍ର ଏବଂ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ଉପରେ ଧ୍ୟାନ ଦେଇଛି।
ରାଷ୍ଟ୍ରପତି ଶି ଜିନପିଙ୍ଗ ତାଙ୍କ ସୈନ୍ୟବାହିନୀକୁ ଯୁଦ୍ଧ ପ୍ରସ୍ତୁତି ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚାଇନାର ସାର୍ବଭୌମତ୍ୱ ଅଧୀନରେ ସ୍ବାଧୀନତା ପାଇଁ ଜିନପିଙ୍ଗଙ୍କ ଗୋଟିଏ ଦେଶ, ଦୁଇଟି ପ୍ରଣାଳୀ ପ୍ରସ୍ତାବକୁ ସେ ଅନୁମୋଦନ କରିନାହାଁନ୍ତି। ତାଇୱାନର ରାଷ୍ଟ୍ରପତି କହିଥିଲେ ଯେ ଦ୍ୱୀପ ତାଙ୍କ ଲୋକଙ୍କ ପାଇଁ ରହିବା ତାଙ୍କ ଜୀବନର ଏକ ମିଶନ।

Share