Categories: ଜାତୀୟ

ମୋଦିଙ୍କ ଲେହ ଗସ୍ତକୁ ଦେଖି ଅଡୁଆରେ ପଡିଗଲାଣି ଚାଇନା

ନୂଆଦିଲ୍ଲୀ,୩।୭: ଲଦ୍ଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ଭାରତ-ଚାଇନା ମଧ୍ୟରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଭିତରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ୍‌ ଲେହ ଗସ୍ତ କରିଛନ୍ତି। ତେବେ ମୋଦିଙ୍କ ଏହି ଗସ୍ତକୁ ଦେଖି ଏବେ ଏକ ପ୍ରକାର ଅଡୁଆରେ ପଡିଗଲାଣି ଚାଇନା। ଚାଇନାର ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏକ ବୟାନରୁ ଜଣାପଡିଛି କି ଚାଇନା କହିଛି କୌଣସି ପକ୍ଷ ଏମିତି ପଦକ୍ଷେପ ନ ନେଇ ଯେଉଁଥିପାଇଁ ସୀମାରେ ପରିସ୍ଥିତି ଆହୁରି ଖରାପ ନ ହୋଇଯାଉ। ତେବେ ଚାଇନା ବୈଦେଶିକ ମନ୍ତ୍ରଣାଳୟର ପ୍ରମକ୍ତ ଝାଓ ଲିଜେନ କହିଛନ୍ତି ସୀମାରେ ପରିସ୍ଥିତିକୁ ସାମାନ୍ୟ କରିବାକୁ ଭାରତ-ଚାଇନା ପରସ୍ପର ସମ୍ପର୍କରେ ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଲେହ ଗସ୍ତ ପରେ ଚାଇନାର ଏହି ବୟାନକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ତେବେ ମୋଦିଙ୍କ ଗସ୍ତକୁ ନେଇ ଚାଇନା ଏକ ପ୍ରକାର ବ୍ୟତିବ୍ୟସ୍ତ ହୋଇପଡିଥିବା କୁହାଯାଉଛି।

Share