ପାକିସ୍ତାନ ଉପରେ ଆଉ ଏକ ସଙ୍କଟ, ଚାଇନା ମାଗିଲାଣି ୫୫.୬ ମିଲିୟନ ଆମେରିକୀୟ ଡଲାର ବାକି ଋଣ

ଇସଲାମାବାଦ,୨ ।୪: ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ସଙ୍କଟ ଯେମିତି ମାଡି ଆସୁଛି । ଏବେ ‘ଲାହୋର ଅରେଞ୍ଜ ଲାଇନ ପରିଯୋଜନା’ ସମ୍ବନ୍ଧିତ ୫୫.୬ ମିଲିୟନ ଆମେରିକୀୟ ଡଲାର ବକେୟା ଋଣ ଫେରସ୍ତ ମାଗିଲାଣି ଚାଇନା । ପାକିସ୍ତାନ ଏହା ନଭେମ୍ବର ୨୦୨୩ ସୁଧା ପରିଶୋଧ କରୁ ବୋଲି କହିଛି ଚାଇନା । ଚାଇନା ରେଲୱେ-ନର୍ଥ ଇଣ୍ଡଷ୍ଟ୍ରିଜ କର୍ପୋରେଶନ ‘ଲାହୋର ଅରେଞ୍ଜ ଲାଇନ’ ପ୍ରୋଜେକ୍ଟକୁ ସମୟ ମଧ୍ୟରେ ଶେଷ ହେବା ପରିବର୍ତ୍ତେ ବିଭିନ୍ନ ରାଶି ଦେବାରେ ବିଳମ୍ବ ହେବା ଦେଖି ପଞ୍ଜାବ ମାସ ୟୁନିଟ ଅଥରିଟିଙ୍କଠାରୁ ୟୁଏସଡିର ବକେୟା ରାଶି ଦେବାକୁ କହିଛି । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ପାକିସ୍ତାନ ମାର୍ଚ୍ଚ ସୁଦ୍ଧା ୪୩.୩ ମିଲିୟନ ଆମେରିକି ଡଲାର ପଇଠ କରିବାକୁ କୁହାଯାଇଥିଲା । ଆଉ ଚଳିତ ବର୍ଷ ଶେଷ ସୁଦ୍ଧା ୧୦.୩ ମିଲିୟନ ଆମେରିକି ଡଲାର ବାକିଥିବା ରାଶିକୁ ଭରଣା କରିବାକୁ କୁହାଯାଇଛି ।
ସୂଚନାଯୋଗ୍ୟ, ‘ଲାହୋର ଅରେଞ୍ଜ ଲାଇନ’ ପ୍ରୋଜେକ୍ଟ ୨୫ ମାସ ବିଳମ୍ବରେ ୮ ଅକ୍ଟୋବର ୨୦୨୦ରେ ସମ୍ପୂର୍ଣ୍ଣ ହୋଇଥିଲା । ଏଥିରେ ୯୨୨ ମିଲିୟନ ଆମେରିକି ଡଲାର ଖର୍ଚ୍ଚ ହୋଇଛି । ଏହା ପାକିସ୍ତାନର ପ୍ରଥମ ମେଟ୍ରୋ ଲାଇନ୍ । ୨୦୨୦ରୁ ଏହି ରୁଟରେ ଟ୍ରେନ୍ ଯଅ।। ଆସ ଆରମ୍ଭ କରିଛି ।

Share