ପାକିସ୍ତାନକୁ ସୁପର୍‌ ଝଟ୍‌କା ଦେଲା ଚାଇନା

ବେଜିଂ,୨୩।୧୨: ପାକିସ୍ତାନ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହି ବିପଦ ସମୟରେ ପାକିସ୍ତାନର ସହାୟତା ପାଇଁ ବନ୍ଧୁ ଚାଇନା ସର୍ତ୍ତ ରଖିବା ଆରମ୍ଭ କରିଛି। ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର ଅଧୀନରେ ଚାଇନା ପାକିସ୍ତାନରେ ବିପୁଳ ପରିମାଣର ବିନିଯୋଗ କରୁଛି। ଏହି ପ୍ରକଳ୍ପ ଅଧୀନରେ ପାକିସ୍ତାନକୁ ଋଣ ମଧ୍ୟ ଦେଉଛି ଚାଇନା। ସିପିଇସିର ମୁଖ୍ୟ ଲାଇନ- ପ୍ରକଳ୍ପ ପାଇଁ ୬ ଅରବ ଡଲାର ଋଣ ପାଇଁ ଚାଇନା ପାକିସ୍ତାନକୁ ଅତିରିକ୍ତ ଗ୍ୟାରେଣ୍ଟି ପ୍ରଦାନ କରିବାକୁ କହିଛି। ପାକିସ୍ତାନର ଆର୍ଥିକ ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଚାଇନା କେବଳ ଦୃଢ ଗ୍ୟାରେଣ୍ଟି ସହ ଋଣ ଦେବାକୁ କହିଛି। ଚାଇନା ଶସ୍ତା ସୁଧ ହାରରେ ରୁଣ ଦେବ ବୋଲି ପାକିସ୍ତାନ ଚାହୁଁଥିଲା, କିନ୍ତୁ ଏଥର ଚାଇନା ତାହା କରିବ ନାହିଁ ବୋଲି ଜଣାପଡିଛି। ଏହି ପ୍ରକଳ୍ପ ପାଇଁ ୯୦ ପ୍ରତିଶତ ଅର୍ଥ ବିନିଯୋଗ ଚାଇନା କରୁ ବୋଲି ପାକିସ୍ତାନ ଚାହୁଁଥିଲା। କିନ୍ତୁ ଚାଇନା କେବଳ ୮୫ ପ୍ରତିଶତ ଅର୍ଥ ପ୍ରଦାନ କରିବାକୁ ରାଜି ହୋଇଛି।

Share