Categories: ଜାତୀୟ

ଅନୁପ୍ରବେଶ ପାଇଁ ୫ ସ୍ଥାନରେ ସୁଯୋଗ ଉଣ୍ଡି ବସିଛି ଚାଇନା: ହାଇ ଆଲର୍ଟରେ ଭାରତୀୟ ସେନା

ଲଦାଖ, ୧।୯: ସୀମାରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତରେ ଅନୁପ୍ରବେଶ ପାଇଁ ୫ଟି ସ୍ଥାନରେ ଚାଇନା ସୁଯୋଗ ଉଣ୍ଡି ବସିଛି। ଗୋଇନ୍ଦା ବିଭାଗ ପକ୍ଷରୁ ଜାରି ହୋଇଥିବା ସତର୍କ ସୂଚନା ଅନୁସାରେ ଉତ୍ତରଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ଏସବୁ ଅଞ୍ଚଳ ରହିଛି। ହିମାଚଳ ପ୍ରଦେଶର ଲାହୋଲ ଏବଂ ସ୍ପିତି ଜିଲାର ସୀମାବର୍ତ୍ତୀ ଅଞ୍ଚଳ ଚୁଓ୍ବା-ଚୁଜେ, କିନୌର ଜିଲାର ଶିପ୍‌କି ଲା, ଉତ୍ତରକାଶୀ ଜିଲାର ତିବ୍ବତ ସୀମାରେ ଥିବା ନିଲାଙ୍ଗ-ଜଧାଙ୍ଗ, ଉତ୍ତରଖଣ୍ଡର ବରାହୋତି, ପିଥୋରଗଡ଼ର ଲପଥାଲ ଏବଂ ଲିପୁଲେଖ ଆଦି ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ ଚାଇନା ପକ୍ଷରୁ ଜାରି ରହିଛି। ଗୋଇନ୍ଦା ରିପୋର୍ଟ ମିଳିବା ପରେ ଭାରତୀୟ ସେନାକୁ ହାଇ ଆଲର୍ଟରେ ରଖାଯାଇଛି। ଏପରି କରି ଚାଇନା ଶାନ୍ତି ପ୍ରସ୍ତାବର ଉଲ୍ଲଂଘନ କରୁଥିବା କୁହାଯାଉଛି।

Share