ଲୋକଙ୍କୁ ଗୁପ୍ତରେ କରୋନା ଟିକା ଦେଉଛି ଚାଇନା: ବାହାରେ ପ୍ରକାଶ କରିବାକୁ ମନା

ବେଜିଂ,୩୧।୧୦: ଚାଇନାରେ ଗୁପ୍ତରେ ଏହାର ଲୋକଙ୍କୁ କରୋନା ଟିକା ଦେବା ଆରମ୍ଭ କରିଛି। ତେବେ ଏନେଇ ବାହାରେ ପ୍ରକାଶ ନ କରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଔଷଧ କମ୍ପାନୀଗୁଡ଼ିକୁ ଏସମ୍ପର୍କରେ ପରିଚାଳନା ବୋର୍ଡ ବ୍ୟାତିତ ଅନ୍ୟ କାହାକୁ ନ ଜଣାଇବାକୁ ଚେତାବନୀ ଦିଆଯାଇଛି। ଏହାର ଉଲ୍ଲଂଘନ କଲେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଲାଟାଇମ୍ସ୍‌ ଡଟ୍‌ କମ୍‌ ରିପୋର୍ଟ ଅନୁସାରେ ଲୋକଙ୍କୁ ଚାଇନା ନ୍ୟାଶନାଲ୍‌ ବାୟୋଟେକ୍‌ ଗ୍ରୁପ୍‌ର ଟିକା ଲଗାଯାଉଥିବା କୁହାଯାଇଛି। ଏହା ଚାଇନାର ସରକାରୀ କମ୍ପାନୀ ସିନୋଫାର୍ମର ଅଂଶବିଶେଷ। ସିନୋଫାର୍ମ ପକ୍ଷରୁ କରୋନା ଟିକାର ପରୀକ୍ଷଣ ୟୁଏଇ, ପେରୁ, ମରୋକୋ ସମେତ ଅନ୍ୟ କେତେକ ଦେଶରେ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇ ନାହିଁ। ଏପରିସ୍ଥଳେ ଗୁପ୍ତ ଭାବେ କାହିଁକି ଚାଇନାରେ କରୋନା ଟିକା ଦିଆଯାଉଛି ତାହା ସନ୍ଦେହ ସୃଷ୍ଟି କରିଛି।

Share