ସର୍ବିୟାକୁ ଗୁପ୍ତରେ ଏଚ୍‌କ୍ୟୁ-୨୨ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ପଠାଇଲା ଚାଇନା…

ବେଜିଂ, ୧୧।୪ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିଥିବା ସମୟରେ ଚାଇନାର ଏକ ଗୁପ୍ତ କାର୍ଯ୍ୟର ପର୍ଦ୍ଦାଫାଶ୍‌ ହୋଇଛି। ଚାଇନା ରୁଷିଆର ବନ୍ଧୁ ରାଷ୍ଟ୍ର ସର୍ବିୟାକୁ ଏଚ୍‌କ୍ୟୁ-୨୨ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ପଠାଇଛି। ଚାଇନାର ଏଭଳି କାର୍ଯ୍ୟ ଦ୍ୱାରା ଯୁଦ୍ଧ ପୁଣି ସଙ୍କଟ ଜନକ ହେବା ସହିତ ଅସ୍ଥିରତା ବଢ଼ିବାର ଆଶଙ୍କା ରହିଥିବା ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ପ୍ରକାଶ ପାଇଛି।

ମିଡ଼ିଆ ରିପୋର୍ଟ ଅନୁସାରେ ଚାଇନା ବାୟୁସେନାର ୬ ମାଲବାହୀ ଓ୍ବାଇ-୨୦ ବିମାନ ଏଚ୍‌କ୍ୟୁ-୨୨ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ବହନ କରି ବେଳଗ୍ରେଡ୍‌ ବିମାନବନ୍ଦରରେ ଅବତରଣ କରିଛି।

ଏହାଦ୍ୱାରା ଭୂପୃଷ୍ଠରୁ ଅକାଶରେ ଲକ୍ଷ୍ୟ ଭେଦ କରାଯାଇ ପାରିବ। ଏହାର ଲକ୍ଷ୍ୟ ଭେଦ କ୍ଷମତା ୧୭୦ କିଲୋମିଟରର ରହିଛି। ଏହି ପ୍ରତିରକ୍ଷା ପ୍ରଣାଳୀର ଓଜନ ୩୦୦ କିଲୋଗ୍ରାମ୍‌ ଏବଂ ଲମ୍ବ ୭ ମିଟର ରହିଛି। ଏହା ୧୮୦ କିଲୋଗ୍ରାମ୍‌ ପର୍ଯ୍ୟନ୍ତ ବିସ୍ଫୋରକ ବୋହି ନେଇଥାଏ।

Share