ଭାରତୀୟ ଯୁବକଙ୍କୁ ଫେରାଇଲା ଚାଇନା

ନୂଆଦିଲ୍ଲୀ,୨୭ା୧: ଚାଇନା ସେନା ଭାରତୀୟ ଯୁବକ ମିରାମ ଟାରୋନଙ୍କୁ ଭାରତକୁ ହସ୍ତାନ୍ତର କରିଛି। ଏନେଇ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଗୁରୁବାର ସକାଳେ ଅରୁଣାଚଳ ପ୍ରଦେଶର ଓ୍ବାଚା ଦାମାଇରେ ଭାରତୀୟ ଯୁବକ ମିରାମ ଟାରୋନଙ୍କୁ ସେନା ହସ୍ତାନ୍ତର କରିଛି। ଏଥି ସହ ଅରୁଣାଚଳ ପ୍ରଦେଶର ଏମ୍‌ପି ତାପିର ଗାଓ ମଧ୍ୟ ଟୁଇଟ୍‌ କରି ଭାରତୀୟ ସେନା ଏବଂ ଭାରତ ସରକାରଙ୍କୁ ପ୍ରଶଂସା କରିଛନ୍ତି। ସେ ତାଙ୍କ ଟୁଇଟ୍‌ରେ କହିଛନ୍ତି, ଭାରତୀୟ ସେନା ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଯେଉଁଥିପାଇଁ ଏହା ସମ୍ଭବ ହୋଇପାରିଛି।

ତାଙ୍କ ଫେରିବା ପାଇଁ ଭାରତୀୟ ସେନା ଦ୍ୱାରା ନିରନ୍ତର ଉଦ୍ୟମ କରାଯାଉଥିଲା। ଗତ ସପ୍ତାହରେ ଅରୁଣାଚଳ ପ୍ରଦେଶର ଏମ୍‌ପି ଅରୁଣାଚଳ ପ୍ରଦେଶରୁ ଜଣେ ନାବାଳିକାଙ୍କୁ ଅପହରଣ କରିଥିବା ଖବର ଅରୁଣାଚଳ ପ୍ରଦେଶ ଏମ୍‌ପିଙ୍କ ଦ୍ୱାରା ଟୁଇଟ୍‌ କରାଯାଇଥିଲା। ଏହା ପରେ ଭାରତୀୟ ସେନା ପକ୍ଷରୁ ଏକ ଟୁଇଟ୍‌ରେ କୁହାଯାଇଛି, ଭାରତୀୟ ସେନାର ଆବେଦନ ଉପରେ ଚାଇନା ଏକ ସକାରାତ୍ମକ ପ୍ରତିକ୍ରିୟା ଦେଇଛି। ଚାଇନା କହିଛି ଯେ, ନିଖୋଜ ଭାରତୀୟ ଯୁବକଙ୍କୁ ଚିହ୍ନଟ କରିଛି। ତାଙ୍କୁ ଭାରତକୁ ପଠାଇବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

Share