ବିରୋଧ ପରେ ଚାଇନାରେ କରୋନା ପ୍ରତିବନ୍ଧକ ଉପରେ ସାମାନ୍ୟ କୋହଳ, ପୂର୍ବତନ ରାଷ୍ଟ୍ରପତିଙ୍କ ଅନ୍ତିମ ସଂସ୍କାର ପାଇଁ କଡା ସୁରକ୍ଷା

ବେଜିଂ,୨ ।୧୨: ଚାଇନାର ପୂର୍ବତନ ରାଷ୍ଟ୍ରପତି ଜିୟାଂଗ ଜେମିନଙ୍କର ବୁଧବାର ପରଲୋକ ହୋଇଛି । ୯୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଅନ୍ତିମ ସଂସ୍କାର ଆସନ୍ତା ସପ୍ତାହରେ କରାଯିବ । ଏପଟେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୂର୍ବତନ ରାଷ୍ଟ୍ରପତିଙ୍କ ଅନ୍ତିମ ସଂସ୍କାରରେ ସାଧାରଣ ନାଗରିକଙ୍କ ସାମିଲକୁ ନେଇ ପ୍ରତିବନ୍ଧକ ଲଗାଇଛନ୍ତି । ତେବେ କରୋନା ମହାମାରୀକୁ ନେଇ ଚାଇନାରେ ଲାଗୁ ହୋଇଥିବା ଜିରୋ କୋଭିଡ ନୀତିକୁ ନେଇ ବିରୋଧ ପ୍ରଦର୍ଶନ ହେବା ପରେ ଏବେ ଏଥିରେ ସାମାନ୍ୟ କୋହଳ କରାଯାଇଛି । ଅନ୍ୟପଟେ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।
ସରକାରୀ ଗଣମାଧ୍ୟମର ସୂଚନା ଅନୁଯାୟୀ, କଡା ଲକଡାଉନକୁ ବିରୋଧ କରାଯିବା ପରେ, ଚାଇନାର ଶୀର୍ଷ ଔଦ୍ଦୋଗିକ ଓ ବ୍ୟବସାୟୀକ କେନ୍ଦ୍ର ଗ୍ୱାଙ୍ଗଝୁର କିଛି ଅଞ୍ଚଳରେ ଅସ୍ଥାୟୀ ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି ଓ ଯେଉଁମାନେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଛନ୍ତି ସେମାନଙ୍କୁ ଘରେ କ୍ୱାରାଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି ।

Share