ଫେରୁଛି କରୋନା: ଗତ ୨୪ ଘଣ୍ଟାରେ ଚାଇନାରେ ପୁଣି ୨୨ ନୂଆ ସଂକ୍ରମିତ ଚିହ୍ନଟ

ବେଜିଂ,୧୭।୮: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ସାରିଲାଣି। ଏହି ମହାମାରୀ ଚାଇନାରେ ପାଖାପାଖି ୪ ମାସ ତାଣ୍ଡବ ରଚିବା ପରେ କମି ଯାଇଥିବା କହିଥିଲେ ସେଠାକାର ସରକାର। ଏବେ ପୁଣିଥରେ ଗତ ୨୪ ଘଣ୍ଟା ମଧ୍ୟରେ ଚାଇନାରେ ୨୨ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି। ଏହାସହ ୩୭ ଜଣ ବିନା ଲକ୍ଷଣ ଥିବା ରୋଗୀଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ସୋମବାର ନ୍ୟାଶନାଲ ହେଲ୍‌ଥ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ଏ ସମସ୍ତ ରୋଗୀ ବାହାରୁ ଆସିଥିବା କୁହାଯାଉଛି।

Share