ଆସନ୍ତା ସପ୍ତାହରେ ପୁଟିନଙ୍କୁ ସାକ୍ଷାତ୍ କରିବାକୁ ରୁଷିଆ ଯାଇପାରନ୍ତି ଚାଇନା ରାଷ୍ଟ୍ରପତି ଜିନପିଙ୍ଗ, ରିପୋର୍ଟରେ ଦାବି

ବେଜିଂ,୧୩ ।୩: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ସପ୍ତାହରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ୍ କରିବାକୁ ମସ୍କୋ ଯାଇପାରନ୍ତି । ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାପରେ ଚାଇନା ଲଗାତାର ପୁଟିନଙ୍କୁ ସମର୍ଥନ ଦେଉଥିବା ଦେଖାଯାଇଛି । ହେଲେ ଚାଇନା ରାଷ୍ଟ୍ରପତିଙ୍କ ଏହି ମସ୍କୋ ଗସ୍ତ ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ୟୁକ୍ରେନକ ସମର୍ଥନ ଦେବାକୁ କିଛି ପଶ୍ଚିମ ଦେଶର ରାଷ୍ଟ୍ରାଧ୍ୟକ୍ଷ କ୍ୱିଭି ଯାଇ ସାରିଛନ୍ତି । ହେଲେ ଏବେ ପର୍ଯ୍ୟନ୍ତ ଯୁଦ୍ଧ ପାଇଁ କୌଣସି ପ୍ରମୁଖ ଦେଶ ସହଯୋଗ କରି ନାହାନ୍ତି ।

Share