Categories: ଜାତୀୟ

ଚାଇନା ରାଷ୍ଟ୍ରପତିଙ୍କୁ ଭେଟିବେ ମୋଦି, ସୀମା ବିବାଦକୁ ନେଇ ହୋଇପାରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩ ।୯: ଗତ ପ୍ରାୟ ୩ ବର୍ଷ ହେବ ଭାରତ-ଚାଇନା ସମ୍ପର୍କରେ ଖୁୂବ୍ ତିକ୍ତତା ଦେଖିବାକୁ ମିଳିଛି । ହେଲେ ଏବେ ଏହି ସମ୍ପର୍କକୁ ଠିକ୍ କରାଯିବାକୁ ଚେଷ୍ଟା ଆରମ୍ଭ ହୋଇଥିବା ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, ଉଜବେକିସ୍ତାନର ରାଜଧାନୀରେ ୧୬ ସେପ୍ଟେମ୍ବରରେ ହେବାକୁ ଥିବା ଏସସିଓ ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରାୟ ୩୪ ମାସ ପରେ ଦୁଇ ଦେଶର ମୁଖ୍ୟ ସାମ୍ନା ସାମ୍ନି ହେବାକୁ ଯାଉଛନ୍ତି । ଏହି ସମୟରେ ଉଭୟ ନେତା କିଛି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଲୋଚନା କରି ପାରନ୍ତି ବେଲି ଅନୁମାନ କରାଯାଉଛି । ଏଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ସୀମା ବିବାଦକୁ ନେଇ ଆଲୋଚନା ହାଇପାରେ ବୋଲି କୁହାଯାଉଛି ।
ଏହି ଦୁଇ ନେତାଙ୍କ ସାକ୍ଷାତକାର ପୂର୍ବରୁ ପୂର୍ବ ଲଦ୍ଦାଖରେ ପ୍ରାୟ ୨୮ ମାସଧରି ଚାଲିଥିବା ସୀମା ବିବାଦ ମଧ୍ୟରେ ଉଭୟ ଦେଶର ସେନା ପଛକୁ ହଟିଯାଇଥିବାରୁ ଉଭୟଙ୍କ ମଧ୍ୟରେ ସୀମା ବିବାଦ ଆଲୋଚନା ମୁଖ୍ୟ ହେବ ବୋଲି କୁହାଯାଉଛି ।

Share