ସମୁଦ୍ର ତଳେ ‘ଡ୍ରାଗନ’ର ଚକ୍ରବ୍ୟୁହ, ପନଡୁବ୍ବି ଯୁଦ୍ଧ ପାଇଁ ସଜବାଜ ହେଉଛି ଚାଇନା; ଆମେରିକାର ହଜିଲା ନିଦ!

ବେଜିଂ,୨୫।୩: ଇସ୍ରାଏଲ-ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଚାଇନା ଏବେ ଏକ ନୂଆ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛି। ଚାଇନା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ‘ଓସିଆନ ମ୍ୟାପିଂ’ ବା ସମୁଦ୍ରର ମାନଚିତ୍ର ପ୍ରସ୍ତୁତ କରିବା ସହ ନିରୀକ୍ଷଣ ଅଭିଯାନକୁ ଜୋରଦାର କରିଛି। ପ୍ରଶାନ୍ତ, ଭାରତ ଏବଂ ଆଣ୍ଟଲାଟିକ୍‌ ମହାସାଗରରେ ଚାଇନାର ଏହି ବିଶାଳ ଅଭିଯାନ ଆମେରିକା ଓ ତା’ର ସହଯୋଗୀ ଦେଶମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

କ’ଣ ଏହି ସମୁଦ୍ର ମ୍ୟାପିଂ?
ସମୁଦ୍ରର ଗଭୀରତା, ସମୁଦ୍ର ତଳର ଭୌଗୋଳିକ ସ୍ଥିତି ଏବଂ ସେଠାରେ ଥିବା ପାହାଡ଼ କିମ୍ବା ଖାଲ ବିଷୟରେ ଜାଣିବାକୁ ‘ସମୁଦ୍ର ମ୍ୟାପିଂ’ କୁହାଯାଏ। ଏହା ମାଧ୍ୟମରେ:
* ସମୁଦ୍ରର କେଉଁ ଅଂଶ ଅଧିକ ଗଭୀର ତାହା ଜଣାପଡ଼େ।
* ଜାହାଜ ଚଳାଚଳ ପାଇଁ ସୁରକ୍ଷିତ ମାର୍ଗ ଚିହ୍ନଟ କରାଯାଏ।
* ତେଲ, ଗ୍ୟାସ ଏବଂ ସାମୁଦ୍ରିକ ସମ୍ପଦର ସନ୍ଧାନ ମିଳିଥାଏ।

କିପରି ହୁଏ ମ୍ୟାପିଂ?
ଏଥିପାଇଁ SONAR (Sound Navigation and Ranging) ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଏ। ଏଥିରେ ଶବ୍ଦ ତରଙ୍ଗକୁ ସମୁଦ୍ର ଭିତରକୁ ପଠାଯାଏ ଏବଂ ତାହା ଫେରିବାକୁ କେତେ ସମୟ ନେଉଛି, ସେହି ଆଧାରରେ ସମୁଦ୍ରର ଗଭୀରତା ମପାଯାଏ। ଆଧୁନିକ ‘ମଲ୍ଟିବିମ ସୋନାର ସିଷ୍ଟମ’ ଜରିଆରେ ଏବେ ଅତି ସୂକ୍ଷ୍ମ ତଥ୍ୟ ସଂଗ୍ରହ କରାଯାଉଛି।

ଚାଇନାର ରଣନୀତି ଓ ଗୁପ୍ତଚର ବୃତ୍ତି:

ରଏଟର୍ସର ରିପୋର୍ଟ ଅନୁଯାୟୀ, ଚାଇନାର ’ଡୋଙ୍ଗ ଫାଙ୍ଗ ହୋଙ୍ଗ ୩’ ନାମକ ଏକ ଗବେଷଣା ଜାହାଜ ୨୦୨୪ ଏବଂ ୨୦୨୫ ମଧ୍ୟରେ ତାଇୱାନ, ଗୁଆମ (ଆମେରିକାର ସାମରିକ ଘାଟି) ଏବଂ ଭାରତ ମହାସାଗରରେ କ୍ରମାଗତ ଭାବେ ଭ୍ରମଣ କରିଛି। ଅକ୍ଟୋବର ୨୦୨୪ରେ ଜାପାନ ନିକଟରେ ସମୁଦ୍ର ତଳେ ଚାଇନା ନିଜର ଶକ୍ତିଶାଳୀ ସେନ୍ସରଗୁଡ଼ିକର ପରୀକ୍ଷା କରିଥିଲା। ମାର୍ଚ୍ଚ ୨୦୨୫ରେ ଶ୍ରୀଲଙ୍କା ଏବଂ ଇଣ୍ଡୋନେସିଆ ମଧ୍ୟବର୍ତ୍ତୀ ସାମୁଦ୍ରିକ ଅଞ୍ଚଳ ତଥା ମଲାକା ପ୍ରଣାଳୀ (Strait of Malacca) ଦେଇ ଏହି ଜାହାଜ ଯାତ୍ରା କରିଥିଲା, ଯାହା ବାଣିଜି୍ୟକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ପନଡୁବ୍ବି ଯୁଦ୍ଧ ପାଇଁ ପ୍ରସ୍ତୁତି?
ନୌସେନା ବିଶେଷଜ୍ଞଙ୍କ ମତରେ, ଚାଇନା କେବଳ ବୈଜ୍ଞାନିକ ଗବେଷଣା ପାଇଁ ଏହା କରୁନାହିଁ। ଅଷ୍ଟ୍ରେଲିଆର ପୂର୍ବତନ ସବମାରିନ ଫୋର୍ସ ମୁଖ୍ୟ ପିଟର ସ୍କଟ କହିଛନ୍ତି ଯେ, ଏହି ତଥ୍ୟ ଚାଇନାର ପନଡୁବ୍ବି (Submarines) ଗୁଡ଼ିକୁ ଯୁଦ୍ଧ ସମୟରେ ଲୁଚି ରହିବାକୁ ଏବଂ ଆକ୍ରମଣ କରିବାକୁ ସାହାଯ୍ୟ କରିବ। ସମୁଦ୍ରର ଭୌଗୋଳିକ ଜ୍ଞାନ ଥିଲେ ଚାଇନା ନିଜର ପନଡୁବ୍ବିଗୁଡ଼ିକୁ ବିନା କୌଣସି ବାଧାରେ ଶତ୍ରୁ ପକ୍ଷର ନିକଟତର କରିପାରିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

ଭଞ୍ଜନଗର ଯାତ୍ରାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ…

ଭଞ୍ଜନଗର,୨୫ା୩(ବାବୁଲା ପ୍ରଧାନ): ଏପ୍ରିଲ ୨୬ ତାରିଖରୁ ମେ’ ୨୦ ତାରିଖ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ହେବ। ତେଣୁ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri