ପାଶ୍ଚାତ୍ୟ ଦେଶଙ୍କୁ ଟକ୍କର ଦେବାକୁ ଚାଇନାର ପ୍ରସ୍ତୁତି: ପ୍ରଥମ ସ୍ବଦେଶୀ ବିମାନର ଉଡ଼ାଣ ଆରମ୍ଭ…

ବେଜିଂ,୨୯।୫ : ଚାଇନାର ପ୍ରଥମ ସ୍ବଦେଶୀ ଯାତ୍ରୀବାହୀ ବିମାନ ସି-୯୧୯ ଏହାର ପ୍ରଥମ ବାଣିଜି୍ୟକ ବିମାନ ଉଡ଼ାଣ ସଫଳତାର ସହିତ ଆରମ୍ଭ କରିଛି। ଏହା ସହିତ ପାଶ୍ଚାତ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଇଙ୍ଗ ଏବଂ ଏୟାରବେସ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାଇନା ଆନୁଷ୍ଠାନିକ ଭାବରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ପ୍ରବେଶ କରିଛି।
ଚାଇନାର ପୂର୍ବ ମହାନଗର ମଧ୍ୟରେ ବେଜିଂ ପର୍ଯ୍ୟନ୍ତ ସି-୯୧୯ର ପ୍ରଥମ ବାଣିଜି୍ୟକ ଯାତ୍ରା ଚାଇନା ଇଷ୍ଟର୍ନ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ହୋଇଥିଲା। ଜିନହୁଆ ନ୍ୟୁଜ ଏଜେନ୍ସି ଅନୁଯାୟୀ ବିମାନରେ ୧୨୮ ଜଣ ଯାତ୍ରୀ ଥିଲେ। ସାଂଘାଇରୁ ବେଜିଂ ପର୍ଯ୍ୟନ୍ତ ଯାତ୍ରା ସମୟ ପ୍ରାୟ ଦୁଇ ଘଣ୍ଟା ୨୫ ମିନିଟ ଥିଲା। ଏହା ଚାଇନାର ବାଣିଜି୍ୟକ ବିମାନ ନିଗମ ଦ୍ୱାରା ନିର୍ମିତ।

ଟୁୱିନ ଇଞ୍ଜିନ ବିମାନରେ ମୋଟ ୧୬୪ ସିଟ ଅଛି। ଏହା ହେଉଛି ଚାଇନାର ପ୍ରଥମ ସ୍ବଦେଶୀ ଟ୍ରଙ୍କ ଜେଟଲିନର୍‌, ଯାହା ଅନ୍ତର୍ଜାତୀୟ ବିମାନ ମାନଦଣ୍ଡ ପୂରଣ କରୁଛି।
ଅଧିକାରୀ କହିଛନ୍ତି ଚାଇନା ବିମାନର ପ୍ରବେଶ ବୋଇଙ୍ଗ ଏବଂ ଏୟାରବସ ଉପରେ ନିର୍ଭରଶୀଳତା ହ୍ରାସ କରିପାରେ। ଏହା ସହିତ ପାଶ୍ଚାତ୍ୟ ଦେଶର ବିମାନ ପ୍ରତି ନିର୍ଭରଶୀଳତା ମଧ୍ୟ କମିଯିବ।

ଏହା ଛୋଟ ବିମାନ ଏ-୩୨୦ ଏବଂ ବି-୭୩୭ର ଉପଯୋଗୀତାକୁ ହ୍ରାସ କରିବାକୁ ସକ୍ଷମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri