ମହାକାଶ ଯୁଦ୍ଧ ପାଇଁ ଚାଇନାର ପ୍ରସ୍ତୁତି, ଆମେରିକା ଦେଲା ଚେତାବନୀ…

ଓ୍ବାଶିଂଟନ,୧୪।୭: କରୋନା ମହାମାରୀର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ଏବେ ମହାକାଶ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ପୃଥିବୀ ପୃଷ୍ଠରୁ ଅନ୍ତରୀକ୍ଷ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରୁଥିବା କ୍ଷେପଣାସ୍ତ୍ର ତିଆରି କାର୍ଯ୍ୟ ଡ୍ରାଗନ୍‌ ଜାରି ରଖିଛି। ଆମେରିକା ସହିତ ମହାକାଶ ଗବେଷଣା କ୍ଷେତ୍ରରେ ସମକ୍ଷକ ହେବା ଲାଗି ଏଭଳି କ୍ଷେପଣାସ୍ତ୍ର ପ୍ରସ୍ତୁତ କରାଯାଉଥିବା କୁହାଯାଉଛି। ଏହାଦ୍ୱାରା ଭବିଷ୍ୟତର ମହାକାଶ ଯୁଦ୍ଧରେ ଚାଇନା ଆଗୁଆ ରହିପାରିବ। ତେବେ ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ ଏନେଇ ଚାଇନାକୁ କଡ଼ା ଚେତାବନୀ ଦିଆଯାଇଛି। ଚାଇନା ପାଖରେ ଏବେ ଆଣ୍ଟି ସାଟେଲାଇଟ୍‌ କ୍ଷେପଣାସ୍ତ୍ର ରହିଛି। ଏହା ପୃଥିବୀର ନିମ୍ନ କକ୍ଷପଥରେ ଅବସ୍ଥାପିତ ଥିବା ସାଟେଲାଇଟ୍‌ ଉପରେ ଆକ୍ରମଣ କରିବାକୁ ସକ୍ଷମ। ମାତ୍ର ପୃଥିବୀର ଉପର କକ୍ଷ ପଥରେ ଅବସ୍ଥାପିତ ସାଟେଲାଇଟ୍‌ ଉପରେ ଆକ୍ରମଣ କରିବା ଲାଗି ଚାଇନା ଅଧିକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ତିଆରି କରୁଛି।

Share