Categories: ଜାତୀୟ

ପୂର୍ବ ଲଦାଖରେ କଂକ୍ରିଟ ଶିବିର ନିର୍ମାଣ କରୁଛି ଚାଇନା

ନୂଆଦିଲ୍ଲୀ,୧୫।୭: ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ଚାଇନା ଏହାର ସୈନ୍ୟବାହିନୀ ପାଇଁ ପକ୍କା ଘର ନିର୍ମାଣ କରୁଛି। ବେଜିଂ ପୂର୍ବ ଲଦାଖର ନାକୁ ଲା ନିକଟରେ ଏହି ଶିବିର ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାପଡିଛି। କେବଳ ନାକୁ ଲା ନୁହେଁ ପୂର୍ବ ଲଦାଖର ବିପରୀତ ପାର୍ଶ୍ୱ ଏବଂ ଅରୁଣାଚଳ ପ୍ରଦେଶ ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ଚାଇନା ଅନୁରୂପ କଂକ୍ରିଟ ଶିବିର ସ୍ଥାପନ କରୁଛି। ଗତ କିଛି ବର୍ଷ ମଧ୍ୟରେ ଚାଇନା ପାର୍ଶ୍ୱରେ ସଡ଼କ ଭିତ୍ତିଭୂମିର ଯଥେଷ୍ଟ ଉନ୍ନତି ହୋଇଛି। ଯେକୌଣସି ଜରୁରୀ ପରିସ୍ଥିତିରେ ଅଧିକ ସଂଖ୍ୟକ ସୈନ୍ୟଙ୍କୁ ଏଲ୍‌ଏସିରେ ମୁତୟନ କରାଯାଇ ପାରିବ

Share