କମ୍ ଜନସଂଖ୍ୟାକୁ ନେଇ ଚିନ୍ତାରେ ଚାଇନା ସରକାର, ଜନସଂଖ୍ୟା ବୃଦ୍ଧି ପାଇଁ ଲାଗୁ ହେବ ଯୋଜନା

ବେଜିଂ,୨୨ ।୨: ଚାଇନାରେ ବେଳକୁ ବେଳ ଜନସଂଖ୍ୟା କମ୍ ହେବାରେ ଲାଗିଛି । ଆଉ ଏବେ ଏହା ଜିନପିଙ୍ଗ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଦେଶରେ ଜନ୍ମହାରକୁ ବୃଦ୍ଧି କରିବାକୁ ଏବେ ନୂଆ ସ୍କିମ ଲାଗୁ କରାଯିବ । ଏହି କ୍ରମରେ ଏବେ ଚାଇନାରେ ନବବିବାହିତ ଯୋଡିଙ୍କୁ ୩୦ ଦିନିଆ ପେଡ ମ୍ୟାରେଜ ଲିଭ ଦିଆଯିବ । ଫଳରେ ପତ୍ନୀପତି ଏକାଠି ସମୟ କାଟିବା ସହ ଜନସଂଖ୍ୟା ବୃଦ୍ଧିରେ ସହଯୋଗ କରିପାରିବେ । ସୂଚନଯୋଗ୍ୟ, ପୂର୍ବରୁ ଚାଇନାରେ ବିବାହ ପାଇଁ କେବଳ ୩ ଦିନିଆ ପେଡ ଲିଭ ମିଳୁଥିଲା । ହେଲେ ଯେତେବେଳେ ଦେଶରେ ଜନସଂଖ୍ୟା ହ୍ରାସ ହେବାରେ ଲାଗିଲା ସେତେବେଳେ ସରକାର ତାଙ୍କର ନୀତିରେ ପରିବର୍ତ୍ତନ କରିଛନ୍ତି ।
ସୂଚନାଯୋଗ୍ୟ, ୧୯୮୦ରୁ ୨୦୧୫ ପର୍ଯ୍ୟନ୍ତ ଗୋଟିଏ ସନ୍ତାନ ନୀତି ଲାଗୁ କରାଯିବାରୁ ଚାଇନାରେ ଜନସଂଖ୍ୟା ହ୍ରାସ ପାଇଥିଲା । ୨୦୨୨ରେ ପ୍ରତି ୧,୦୦୦ ଲୋକରେ ଜନ୍ମ ହାର ଥିଲା ୬.୭୭ ପ୍ରତିଶତ ଯାହା ସବୁଠାରୁ କମ୍ । ଏହାପରେ ବିଶେଷଜ୍ଞମାନେ କହିଥିଲେ କି ଏହା ଦେଶର ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପକାଇବ । ଚାଇନା ଦ୍ୱାରା ଘୋଷଣା କରାଯାଇଥିବା ଜନସଂଖ୍ୟା ଅନୁଯାୟୀ ଗତ ବର୍ଷ ଜନସଂଖ୍ୟା ୮.୫ ଲକ୍ଷ କମ୍ ହୋଇଥିଲା । ୧୯୬୦ ପରେ ଚାଇନା ଜନସଂଖ୍ୟାରେ ଏମିତି ହ୍ରାସ ପ୍ରଥମ ଥର ସାମ୍ନାକୁ ଆସିଥିଲା ।

Share